Below header

ବିନା ଫ୍ରିଜରେ ବି ଜମାଇ ପାରିବେ ମାର୍କେଟ ଭଳି କ୍ରିମି ସଫ୍ଟ ଆଇସକ୍ରିମ୍‌, ପ୍ରସ୍ତୁତ କରନ୍ତୁ ଏପରି

ଆଇସକ୍ରିମ ସମସ୍ତଙ୍କୁ ପସନ୍ଦ। ଘରେ ଆଇସକ୍ରିମ ବନାଇବାର ସବୁଠାରୁ ବଡ ସମସ୍ୟା ହେଉଛି ଏହାକୁ ଫ୍ରିଜିଂ କରିବା ବା ଜମାଟ କରିବା। କାହିଁକିନା ଆଇସକ୍ରିମରେ ବରଫ ଲେୟାର ହୋଇଗଲେ ଏହା କ୍ରିମି ଲାଗିନଥାଏ। ବରଂ ହାର୍ଡ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଆଇସକ୍ରୀମ ଜମାଇବାର ଏକ ଏମିତି ଟ୍ରିକ ଜଣାଇବୁ ଯାହାଦ୍ୱାରା ଆପଣ କ୍ରିମି ଆଇସକ୍ରିମ ଜମା କରିପାରିବେ। ତାହା ପୁଣି ବିନା ଫ୍ରିଜରେ।

ଆବଶ୍ୟକ ସାମଗ୍ରୀ

  • ଦେଢ଼ କପ୍ କ୍ଷୀର
  • ୩ ବଡ ଚାମଚ୍ ଚିନି
  • ଏକ ଚିମୁଟାଏ ଲୁଣ
  • ୧୨-୧୫ଟି ଆଇସ୍ କ୍ୟୁବ୍‌
  • ଅଧା କପ୍ କଳା ଲୁଣ
  • ଅଧା କପ୍ ଚକୋଲେଟ କ୍ରଞ୍ଚ୍‌
  • ୨ ପ୍ଲାଷ୍ଟିକ ଜିପ୍ ବ୍ୟାଗ (ଏକ ଛୋଟ ଏବଂ ବଡ)

ପ୍ରସ୍ତୁତି ପ୍ରଣାଳୀ

  1. ପ୍ରଥମେ ଛୋଟ ପ୍ଲାଷ୍ଟିକ ବ୍ୟାଗରେ କ୍ଷୀର, ଚିନି ଏବଂ ଏକ ଚିମୁଟାଏ ଲୁଣ ଭରି ବନ୍ଦ କରିଦିଅନ୍ତୁ।
  2. ଏବେ ଅନ୍ୟ ଏକ ପ୍ଲାଷ୍ଟିକ ବ୍ୟାଗରେ ଆଇସ୍ କ୍ୟୁବ ଏବଂ କଳା ଲୁଣ ପକାନ୍ତୁ ଏବଂ ପରେ ଏଥିରେ କ୍ଷୀରରେ ଭର୍ତ୍ତି ଛୋଟ ପ୍ଲାଷ୍ଟିକ ବ୍ୟାଗ ପକାଇ ଜିପ୍ ଲକ୍ କରନ୍ତୁ।
  3. ଏହାକୁ ସେତେ ପର୍ଯ୍ୟନ୍ତ ସେକ୍ କରନ୍ତୁ ବା ହଲାନ୍ତୁ ଯେତେ ପର୍ଯ୍ୟନ୍ତ ଆଇସକ୍ରୀମ ଜମି ନଯାଇଛି।
  4. ଯେତେବେଳେ ଆଇସକ୍ରିମ ଜମି ଯିବ ସେତେବେଳେ ଉଭୟ ଆଇସ କ୍ୟୁବ ବ୍ୟାଗକୁ ଖୋଲନ୍ତୁ ଏବଂ ଆଇସକ୍ରୀମ ବ୍ୟାଗରେ ଚକୋଲେଟ କ୍ରଞ୍ଚ୍ ପକାଇ ଦିଅନ୍ତୁ।
  5. ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବିନା ଫ୍ରିଜରେ ପ୍ରସ୍ତୁତ ଆଇସକ୍ରିମ୍‌।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.