Below header

‘ମେଜର’କୁ ନେଇ ବଡ ଘୋଷଣା କଲେ ମହେଶ ବାବୁ, ମାର୍ଚ୍ଚ ୨୮ରେ ରିଲିଜ ହେବ ପ୍ରଥମ ଟିଜର

୨୬/୧୧ରେ ସହିଦ ହୋଇଥିବା ମେଜର ଦିବଙ୍ଗତ ସନ୍ଦୀପ ଉନ୍ନୀକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାଉଥ ସୁପରଷ୍ଟାର ମହେଶ ବାବୁ ବଡ ଘୋଷଣା କରିଛନ୍ତି। ମହେଶ ବାବୁ ନିଜ ପ୍ରଡକ୍ସନର ପ୍ରଥମ ହିନ୍ଦୀ ଫିଲ୍ମ ‘ମେଜର’ ଟିଜର ରିଲିଜ କରିବାକୁ ଯାଉଛନ୍ତି। ମହେଶ ଏହାର ଟିଜରର ଏକ ଝଲକ ସେୟାର କରିଛନ୍ତି।

ଫିଲ୍ମର ପ୍ରଥମ ଟିଜର ୨୮ ମାର୍ଚ୍ଚରେ ରିଲିଜ ହେବ। ଗତବର୍ଷ ଆରମ୍ଭରେ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଫିଲ୍ମ ‘ମେଜର’ ଜୁଲାଇ ୨ ତାରିଖ ୨୦୨୧ରେ ରିଲିଜ ହେବ। ଯେଉଁଥିରେ ସୋଭିତା ଧୁଲିପାଲା, ସାଇ ମଞ୍ଜେରକର, ପ୍ରକାଶ ରାଜ ମୁଖ୍ଯ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ମାଣ ସୋନୀ ପିକ୍ଚର ଫିଲ୍ମସ ଇଣ୍ଡିଆ କରୁଥିବା ବେଳେ ମହେଶ ବାବୁଙ୍କ ଜିଏମବି ଏଣ୍ଟରଟେନମେଣ୍ଟ ଆଣ୍ଡ ଏ ପ୍ଲସ ମୁଭିଜ ସହିତ ମିଶି ପ୍ରସ୍ତୁତ କରାଯାଉଛି।

 

View this post on Instagram

 

A post shared by Taran Adarsh (@taranadarsh)

ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଦିବୀ ଶେଷ ମେଜର ଉନ୍ନିକ୍ରିଷ୍ନନଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ପୂର୍ବରୁ ମେଜର ଫିଲ୍ମର ଫାଷ୍ଟଲୁକ୍କୁ ଅଦିବୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ପୂର୍ବରୁ ମେଜରର ଫାଷ୍ଟଲୁକ୍ ପୋଷ୍ଟର ଉଭୟ ହିନ୍ଦୀ ଓ ତେଲୁଗୁରେ ଜାରି କରାଯାଇଛି। ପୋଷ୍ଟରରେ ଅଦିବୀଙ୍କ ଲୁକ୍ ବେଶ୍ ଆକ୍ରମଣାତ୍ମକ ରହିଛି। ୨୦୨୧ ମସିହାରେ ଫିଲ୍ମଟି ପରଦାକୁ ଆସିବ। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଶଶି କିରଣ ଟିକ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.