Below header

ଏବେ ଅତି ସହଜରେ ହେବ ଗାଣିତିକ ସମସ୍ୟାର ସମାଧାନ, ମାଇକ୍ରୋସଫ୍ଟ ଲଞ୍ଚ କଲା ଏହି ଆପ

ପାଠ୍ୟ ପୁସ୍ତକରେ ଗଣିତ ସର୍ବଦା ଏକ କଷ୍ଟ ବିଷୟ ବୋଲି କୁହାଯାଇଥାଏ ଯଦିଓ ପ୍ରକୃତରେ ଏହା କଷ୍ଟ ନୁହେଁ । ଯେଉଁମାନେ ଗଣିତ ବିଷୟକୁ ପସନ୍ଦ କରନ୍ତି ସେମାନେ ଗଣିତର ପ୍ରତ୍ୟେକ ପ୍ରଶ୍ନକୁ ଅତି ସହଜରେ ସମାଧାନ କରିଦିଅନ୍ତି । ଟେକ୍ନୋଲୋଜି ବୃଦ୍ଧି ପାଇବା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ମଧ୍ୟ ଦ୍ରୁତ ଗତିରେ ଆଗେଇବାରେ ଲାଗିଛି । AI ବର୍ତ୍ତମାନ ଅନେକପ୍ରକାର କାମ କରିବାରେ ଲାଗିଛି ଯେପରିକି ଆପଣଙ୍କ ଫୋନ୍ରୁ ରିପ୍ଲାଏ କରିବା ଏବଂ ଆଦେଶ ଅନୁସାରେ ଆପଣ କହୁଥିବା ବ୍ୟକ୍ତିଙ୍କୁ କଲ କରିବା ଇତ୍ୟାଦି ।

Image result for math solver app

ତେବେ AI ବର୍ତ୍ତମାନ ସେହି ପିଲାମାନଙ୍କୁ ସାହାଯ୍ୟ କରିବାକୁ ଯାଉଛି ଯେଉଁମାନଙ୍କୁ ଗଣିତ ଡ଼ର ଲାଗିଥାଏ ଏବଂ ଗାଣିତିକ ସମସ୍ୟାକୁ ସମାଧାନ କରିବା ପାଇଁ କଷ୍ଟ ଲାଗେ । ଏଥିପାଇଁ ମାଇକ୍ରୋସଫ୍ଟ AI ଆଧାରିତ ଏକ ଆପ ଲଞ୍ଚ କରିଛି ଯାହାର ନାମ ହେଉଛି ମାଇକ୍ରୋସଫ୍ଟ ମ୍ୟାଥ ସଲଭର । ତାହେଲେ ଆସନ୍ତୁ ଜାଣିବା ଏହି ଆପ ବିଷୟରେ ।

Microsoft Math Solver

ମାଇକ୍ରୋସଫ୍ଟ ନିଜର ଏହି ଆପକୁ ଆଣ୍ଡ୍ରଏଡ଼ ଏବଂ ଆଇଫୋନ ସମସ୍ତ ୟୁଜର୍ସଙ୍କ ପାଇଁ ଜାରି କରିଛି । ଏହି ଆପରେ AIର ସପୋର୍ଟ ମଧ୍ୟ ରହିଛି । ଏହା ଇଣ୍ଟରନେଟ ଦ୍ୱାରା କାମ କରିବ ଯେଉଁଥିରେ ଗଣିତର ଅନେକ କନସେପ୍ଟ ଏବଂ ସୂତ୍ର ଅପଲୋଡ଼ ହୋଇରହିଛି । ଏହି ଆପରେ ପ୍ରାଥମିକ ଅଙ୍କଗାଣିତିକ ଏବଂ ଦ୍ବୀଘାତ ସମୀକରଣଠୁ ନେଇ ଅବଧାରଣାର ଏକ ବିସ୍ତୃତ ଶୃଙ୍ଖଳ ଦିଆଯାଇଛି । ମାଇକ୍ରୋସଫ୍ଟ ମ୍ୟାଥ ସଲଭର ଆପରେ ନିଜର ପ୍ରଶ୍ନ ଡ୍ର କରି ଆପଣ ଅତି ସହଜତରେ ତା’ର ସମାଧାନ ପାଇପାରିବେ ।

Microsoft Math Solver

ଏହା ବ୍ୟତୀତ ଏଥିରେ ସ୍କାନ କରିବା ଏବଂ ଟାଇପିଙ୍ଗ କରିବାର ସୁବିଧା ମଧ୍ୟ ରହିଛି । ଏହି ଆପକୁ ଏପରିଭାବେ ଡିଜାଇନ କରାଯାଇଛି ଯାହାଦ୍ୱାରା ପିଲା ତାର ଉତ୍ତର ସ୍ଟେପ ବାଏ ସ୍ଟେପ ପାଇପାରିବ । ମ୍ୟାଥ ସଲଭର ଆପରେ ବୈଜ୍ଞାନିକ କାଲକୁଲେଟର ମଧ୍ୟ ଦିଆଯାଇଛି । ତେବେ ଏହି ଆପରେ ଆପଣ ଏକ ଜଟିଳ ପ୍ରଶ୍ନକୁ ସମାଧାନ କରିବାର ଉପାୟ ମଧ୍ୟ ଶିଖିପାରିବେ ।

Microsoft Math Solver

ଛାତ୍ରମାନଙ୍କ ସୁବିଧା ପାଇଁ ମାଇକ୍ରୋସଫ୍ଟ ଏଥିରେ 22 ପ୍ରକାର ଭାଷାର ସପୋର୍ଟ ଦେଇଛି । ଯେଉଁଥିରେ ହିନ୍ଦୀ, ଆସାମୀ, ବଙ୍ଗାଳି, ଗୁଜୁରାତି, ମରାଠୀ, ପଂଜାବୀ ଓ ତାମିଲ ଇତ୍ୟାଦି ଭାଷା ରହିଛି । ଏହା ବ୍ୟତୀତ ଏଥିରେ ସ୍ପେନିସ ଓ ରସିୟାନ ଭାଷା ମଧ୍ୟ ରହିଛି । ଏହି ଆପରେ ଭିଡିଓ ଟ୍ୟୁଟୋରିଆଲ ଏବଂ ୱାର୍କସିଟ ମଧ୍ୟ ମିଳିବ ।

Image result for math solver app

ଏହି ଆପ ଅନେକ ପ୍ରକାରର ପ୍ରଶ୍ନର ଉତ୍ତର ଦେଇପାରେ ଯେଉଁଥିରେ ଅଙ୍କଗଣିତ, କମ୍ପେକ୍ସ ନମ୍ବର, ଳଘୁତ୍ତମ ସମାପବର୍ତ୍ତକ, ଫ୍ୟାକ୍ଟର୍ସ, ପ୍ରି-ଆଲଜେବ୍ରା, ମ୍ୟାଟ୍ରିକ୍ସ, ଆଲଜେବ୍ରା, ସୀମା ଓ ପରମୁଟେସନ-କମ୍ବିନେସନ ଭଳି ପ୍ରଶ୍ନର ସହଜ ସମାଧାନ ରହିଛି । ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ୍ସରୁ ମାଗଣାରେ ଡାଉନଲୋଡ଼ କରିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.