ଫେବୃଆରୀ ୧ରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ, ଜାରି ହେଲା ଦ୍ୱିତୀୟ ଡେଥ୍‌ ଓ୍ଵାରେଣ୍ଟ

କେନ୍ୟୁଜ୍(ବ୍ୟୁରୋ): ଫେବ୍ରୁଆରୀ ୧ ସକାଳ ୬ଟା। ତିହାର ଜେଲ୍‌ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ। ମୁକେଶ ସିଂର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ନୂଆ ମୃତ୍ୟୁ ପରଓ୍ଵାନା ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ। ଦୟା ଆବେଦନ ଖାରଜ ହୋଇଥିବା କୋର୍ଟଙ୍କୁ ଜଣାଇଥିଲେ ତିହାର ଜେଲ କର୍ତ୍ତୃପକ୍ଷ। ସେପଟେ କିନ୍ତୁ ନୂଆ ତାରିଖ ଉପରେ ନିର୍ଭୟାଙ୍କ ବାପାମାଆ ଭରସା କରି ପାରୁ ନାହାନ୍ତି। ନିର୍ଭୟାଙ୍କ ମାଆ କହିଛନ୍ତି, ଯାହା ଦୋଷୀ ଚାହୁଁଥିଲେ ତାହା ହୋଇଛି। ତାରିଖ ପରେ ତାରିଖ, ତାରିଖ ପରେ ତାରିଖ..। ଆମ ବ୍ୟବସ୍ଥା ଏପରି, ଯେଉଁଠି ଦୋଷୀଙ୍କ କଥା ଶୁଣାଯାଉଛି।

Image result for nirbhaya death warrant

ଫାଶୀ ପାଇଁ ରାସ୍ତା ଖୋଲିଲେ, ଗଳାବାଟ ଖୋଜି ନେଉଛନ୍ତି ଦୋଷୀ। ମୁକେଶ ସିଂହ ଓ ବିନୟର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ। ସେଥିରୁ ଜଣେ ମୁକେଶ ସିଂହ ଦୟା ଆବେଦନ କରି ଫାଶୀ ପାଇଁ ଧାର୍ଯ୍ୟ ତାରିଖକୁ ଘୁଞ୍ଚାଇବାରେ ସଫଳ ହେଲେ। ଏବେ ବି ଆଉ ତିନି ଜଣ ଦୋଷୀ ବିନୟ କୁମାର, ପଓ୍ଵନ ଗୁପ୍ତା ଓ ଅକ୍ଷୟ ଠାକୁର ମର୍ସି ପିଟିସନ ଦାଖଲ କରିନାହାନ୍ତି। ସେମାନେ ଆବେଦନ କଲେ, ଆଗକୁ ପୁଣି ଡେଥ ଓ୍ଵାରେଣ୍ଟ ଉପରେ ହୁଏତ ଲାଗିପାରେ ରୋକ୍‌।ପୂର୍ବରୁ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.