ଖୁବଶୀଘ୍ର ଭାରତରେ ଲଞ୍ଚ ହେବ 5G ନେଟୱାର୍କ, ଘୋଷଣା କଲେ ମୁକେଶ ଅମ୍ବାନୀ

ଆପଣଙ୍କ ୫ଜି ବ୍ଯବହାର କରିବା ସ୍ବପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଯଥାଶୀଘ୍ର ମାର୍କେଟକୁ ୫ଜି ସିମ୍ ଆଣିବ ରିଲାଏନ୍ସ ଜିଓ । ଏନେଇ ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ୨୦୨୧ର ପ୍ରଥମ ୩ ମାସରେ ଏହି ଲଞ୍ଚ୍ ସମ୍ପୂର୍ଣ୍ଣ ହୋଇସାରିଥିବ ବୋଲି ସେ ସଙ୍କେତ ଦେଇଛନ୍ତି । ଜିଓ ବହୁତ କମ୍ ଦାମରେ ୫ଜି ସେବା ଆରମ୍ଭ କରିବ ବୋଲି ଅମ୍ବାନୀ କହିଛନ୍ତି ।

ଅମ୍ବାନୀ କହିଛନ୍ତି, ଆଜିର ଏହି ଡିଜିଟାଲ୍ ୱାର୍ଲ୍ଡରେ ଏବେ ବି ୩୦ କୋଟି ଭାରତୀୟ ୨ଜିରେ ଫସି ରହିଛନ୍ତି । ଏନେଇ କିଛି ପଦକ୍ଷେପ ଉଠାଇବା ପାଇଁ ମୁକେଶ ଅମ୍ବାନୀ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହା ଫଳରେ ୩୦ କୋଟି ଲୋକ ଭାରତର ଡିଜିଟାଲ୍ ଅର୍ଥବ୍ୟବସ୍ଥା ସହିତ ଯୋଡି ହୋଇପାରିବେ ଏବଂ ଏହାର ଲାଭ ଉଠାଇ ପାରିବେ । ସେ ୨ଜିରୁ ୩୦ କୋଟି ଭାରତୀୟଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁ ସ୍ମାର୍ଟଫୋନକୁ ସିଫ୍ଟ କରିବା ପାଇଁ ପଲିସି ପ୍ରସ୍ତୁତ କରିବା ନେଇ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ମୁକେଶ ଅମ୍ବାନୀ ଆଗାମୀ ବର୍ଷ ତଥା ୨୦୨୧ର ପ୍ରଥମ ୬ମାସରେ ୫ଜି ଲଞ୍ଚ୍ କରିବା ନେଇ ସଙ୍କେତ ଦେଇଛନ୍ତି । ସେ ରିଲାଏନ୍ସ ଜିଓର ୫ଜି ଟେକନିକକୁ ସ୍ୱଦେଶୀ ବୋଲି କହିଛନ୍ତି । ମୁକେଶ ଅମ୍ବାନୀ ଏହା ମଧ୍ୟ କହିଛନ୍ତି ଯେ ଜିଓର ସ୍ୱଦେଶୀ ୫ଜି ଟେକନିକ୍ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ ମିଶନ’ର ସଫଳତାକୁ ପ୍ରମାଣିତ କରୁଛି ।

Leave A Reply

Your email address will not be published.