Below header

ଆଜିଠାରୁ ରାଜ୍ୟର ୫ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌, ଭିଡିଓ କନଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍‌: ଓଡ଼ିଶାରେ ଇକୋ ରିଟ୍ରିଟ୍ର ମଜା । ଆଜିଠାରୁ ରାଜ୍ୟର ୫ଟି ସ୍ଥାନରେ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍‌। ପଞ୍ଚତାରକା ହୋଟେଲ ସମେତ ଭାସମାନ ରେଷ୍ଟୁରାଣ୍ଟରେ ବସି ଖାଇବାର ଅନୁଭୂତି ନେଇପାରିବେ । କୋଣାର୍କ ମେରାଇନ ଡ୍ରାଇଭ ସମେତ ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଏବଂ ସାତକୋଶିଆରେ ଅନୁଷ୍ଠିତ ହେବ ଇକୋ ରିଟ୍ରିଟ୍ । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇ ପାରିବେ ପର୍ଯ୍ୟଟକ । ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ରହିବା ପାଇଁ ତିଆରି ହୋଇଛି ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ଘର । ୮ ହଜାର ଟଙ୍କାରେ ପଞ୍ଚତାରକା ହୋଟେଲର ସୁବିଧା ପାଇବେ ପର୍ଯ୍ୟଟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

houseସେହିପରି ଭିତରକନିକାର ନଳିତା ପାଟିଆଠାରେ ଅନୁଷ୍ଠିତ ହେବ ଇକୋ ରିଟ୍ରିଟ୍ । ପର୍ଯ୍ୟଟକଙ୍କୁ ଭିତରକନିକା ପରିଭ୍ରମଣ ସହ ଜଳଯାତ୍ରା କରିବାର ସୁଯୋଗ ମିଳିବ । ପର୍ଯ୍ୟଟକଙ୍କ ପାଇଁ ୨୧ଟି ଅସ୍ଥାୟୀ ତମ୍ବୁ ପ୍ରସ୍ତୁତ କରାଯାଇଛି । ବିଳାସପୂର୍ଣ୍ଣ କଟେଜ୍ ସହ ଭାସମାନ ରେଷ୍ଟୁରାଣ୍ଟରେ ଖାଇବାର ସୁବିଧା ମଧ୍ୟ ରହିଛି। ଏଥିପାଇଁ ଭିନ୍ନ ଭିନ୍ନ ପ୍ୟାକେଜ ରହିଛି । ଏହି ଇକୋ ରିଟ୍ରିଟରେ କୋଭିଡ ଗାଇଡ଼ଲାଇନ କଡାକଡି ଭାବେ ପାଳନ କରାଯିବା ସହ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ । ରିପୋର୍ଟ ଅନୁଯାୟୀ ଏହି ଇକୋ ରିଟ୍ରିଟ୍‌ ଆସନ୍ତା ବର୍ଷ ଫେବୃଆରୀ ୨୮ରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.