Below header

ଏବେ ଆଉ ପାଖରେ ରଖିବାର ଆବଶ୍ୟକ ପଡିବନାହିଁ ଡ୍ରାଇଭିଂ ଲାଇସେନ୍ସ , କେବଳ ଡାଉନଲୋଡ୍ କରନ୍ତୁ ଏହି ଆପ୍

ଅନେକ ଥର ଏମିତି ହୋଇଥାଏ ଯେ ଆମେ ଆମର ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟନ୍ୟ ଡକ୍ୟୁମେଣ୍ଟସ ଗାଡିରେ ରଖିବାକୁ ଭୁଲିଯାନ୍ତି। ଆଉ ଏଥିପାଇଁ ଆମେ ଦରକାର ବେଳେ ବହୁତ ହଇରାଣ ହେଇଥାଉ। କିନ୍ତୁ ଏଥିପାଇଁ ଆମ ପାଖରେ ଏକ ବିକଳ୍ପ ରହିଛି ଯାହାର ନାମ mParivahan । ଏହା ଏକ ଆପ୍ ଅଟେ, ଯାହାକୁ ଡାଉନଲୋଡ୍ କରି ଆମେ ଆମର ସମସ୍ତ ଦରକାରୀ କାଗଜ ପତ୍ର ସେଭ୍ କରିପାରିବେ। ଆମର ଡକ୍ୟୁମେଣ୍ଟସ ପାଇଁ ଏହି ଡିଜିଟାଲ ଫର୍ମାଟ ସମ୍ପୂର୍ଣ୍ଣ ଭାବରେ ମାନ୍ୟ ଅଟେ। ଖାସ କଥା ହେଉଛି ଆପଣ ଆଣ୍ଡ୍ରଏଡ ୟୁଜର ହୁଅନ୍ତୁ କିମ୍ବା iOS ଏହା ଉଭୟ ପ୍ଲାର୍ଟଫର୍ମ ପାଇଁ ଉପଲବ୍ଧ ଅଟେ।

ଯଦି ଏବେ ଆପଣଙ୍କୁ ଟ୍ରାଫିକ ପୋଲିସ ଆପଣଙ୍କୁ ଅଟକାଇଦିଏ ତେବେ ସ୍ମାର୍ଟଫୋନରେ ଡିଏଲ ଏବଂ ଆରସି ଭଳି ଡକ୍ୟୁମେଣ୍ଟସ ଆପଣ ତାଙ୍କୁ ଦେଖାଇ ପାରିବେ। ଏହି ଆପ୍ ସାହାଯ୍ୟରେ ଭର୍ଚୁଆଲ ଡ୍ରାଇଭିଂ ଲାଇସେନ୍ସ ଡାଉନଲୋଡ୍ କରିବା ପାଇଁ ଆପଣଙ୍କ ପାଖରେ ରେଜିଷ୍ଟେସନ ନମ୍ବର ଏବଂ ଅରିଜିନାଲ ଡ୍ରାଇଭିଂ ଲାଇସେନ୍ସ ହେବା ଜରୁରୀ। ଏହାସହିତ ଆପଣଙ୍କ ଜନ୍ମ ତିଥି ମଧ୍ୟ ଦେବାକୁ ପଡିଥାଏ। ତେବେ ଏହି ଡକ୍ୟୁମେଣ୍ଟସ ପରେ ଆପଣଙ୍କୁ କିଛି ଷ୍ଟେପ୍ସ ଫଲୋ କରିବାକୁ ହେବ।

Traffic policeଏମିତି ଡାଉନଲୋଡ କରନ୍ତୁ ଆପ୍

-ଆଣ୍ଡ୍ରଏଡ୍ ଫୋନରେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆଇଫୋନ ପାଇଁ ଆପ୍ ଷ୍ଟୋରକୁ ଯାଆନ୍ତୁ।

-ଏଠାରେ ‘mParivahaan’ ନାମକ ଆପ୍ ସର୍ଚ୍ଚ କରନ୍ତୁ।

-ଆପ୍ ଉପରେ କ୍ଲିକ୍ କରିବା ପରେ ଏହାକୁ ଇନଷ୍ଟଲ କରନ୍ତୁ।

– ‘mParivahaan’ ଆପକୁ ଖୋଲନ୍ତୁ।

-ଟପ୍ ଟାଇଟ୍ କର୍ଣ୍ଣର ଉପରେ ତିବା ତିନି ଲାଇନରେ କ୍ଲିକ୍ କରନ୍ତୁ।

-ତାପରେ Sign in ଅପସନ ଉପରେ କ୍ଲିକ୍ କରନ୍ତୁ ଏବଂ ନିଜର ମୋବାଇଲ ନମ୍ବର ଏବଂ ତାହା ଉପରେ ଏସଏମଏସରେ ଆସୁଥିବା ଭେରିଫିକେସନ ଉପରେ କୋଡ୍ ଦିଅନ୍ତୁ।

-ଏବେ ଆପର ହୋମସ୍କିନକୁ ଯାଇ RC ଉପରେ କ୍ଲିକ କରନ୍ତୁ।

-ସର୍ଚ୍ଚ ଫିଲ୍ଡରେ ଗାଡିର ନମ୍ବର ଦିଅନ୍ତୁ ଏବଂ ସର୍ଚ୍ଚ କରନ୍ତୁ।

-ଆପ୍ ରେଜିଷ୍ଟ୍ରେସନ ନମ୍ବରରେ ଜଡିତ ଡାଟା ଆପେ ଆପେ ଫେଚ୍ ହୋଇଯିବ।

-ଏବେ ‘Add to dashboard’ ଉପରେ କ୍ଲିକ କରି ଆପଣ RC ଆଡ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.