ଗୁଜରାଟ ମୁହାଁ ବାତ୍ୟା ‘ବାୟୁ’, ପୋରବନ୍ଦର ଓ ମହୁଆ ଦେଇ କରିବ ଅତିକ୍ରମ

ଗୁଜରାଟ ମୁହାଁ ବାତ୍ୟା ‘ବାୟୁ’ । ଗୁଜରାଟର ପୋରବନ୍ଦର ଓ ମହୁଆ ଦେଇ ଅତିକ୍ରମ କରିବ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୩୫ କିମି ରହିପାରେ । ଗୁରୁବାର ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ପ୍ରତି କୌଣସି ବିପଦ ନଥିବା ସୂଚନା ରହିଛି । ବାତ୍ୟା ‘ବାୟୁ’ ନେଇ NDRF ଆଲର୍ଟ ରହିଛି । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢିଛି । ଲକ୍ଷଦ୍ୱୀପର ଆମୀନିଧି ଠାରୁ ୪୬୦ କିମି, ମୁମ୍ବାଇ ଠାରୁ ୬୯୦ ଏବଂ ଗୁଜୁରାଟର ଭେରାଭଲ ଠାରୁ ୬୯୦ କିଲୋମିଟର ଦୂରରେ ରହିଛି । ଗୁରୁବାର ସକାଳେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.