Below header

ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ନେଇ ବଢୁଛି ଅସନ୍ତୋଷ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି-ଭଦ୍ରକ ରାଜ୍ୟ ରାଜପଥର ପୀରାହାଟ କାନପୁର ଘୋଷରା ଉପରେ ଆପ୍ରୋଚ୍‌ ରୋଡ୍‌ କାମ ଶେଷ ହୋଇପାରୁନି। କାମ ଆଗେଇ ପାରୁନଥିବାରୁ ,ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି। ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ। ଖୁବ୍‌ଶୀଘ୍ର କାମ ଶେଷ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ରାସ୍ତା ପାଖରେ ଜମି ରହିଛି ଭଙ୍ଗା କଲଭର୍ଟର ଇଟା ଓ ମାଟି। ନୂତନ କଲଭର୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ,ଦୁଇ ସାଇଟ୍‌ରେ ଆପ୍ରୋଚ୍‌ ରୋଡ୍‌ କାମ ଶେଷ ହୋଇପାରୁନି। ଚାନ୍ଦବାଲି-ଭଦ୍ରକ ରାଜ୍ୟ ରାଜପଥର କାନପୁର ଘୋଷରା ରାସ୍ତାରେ ଏଭଳି ସମସ୍ୟା ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ନିର୍ମାଣଧୀନ ନୂତନ କଲଭର୍ଟରେ ଠିକ୍‌ ରୂପେ ପାଣି ନିଷ୍କାସନ ହୋଇନପାରିବା ନେଇ କାମକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକ। ଆଉ ଏକ କଲଭର୍ଟ ନିର୍ମାଣ ପାଇଁ ଦାବି ହୋଇଛି।

roadଚାନ୍ଦବାଲି-ଭଦ୍ରକ ରାଜ୍ୟ ରାଜପଥର ୯୦ ଭାଗ କାମ ସରିଥିବା ବେଳେ ,ଦୀର୍ଘ ଦିନ ହେବ କାନପୁର ଘୋଷରା କାମ ଶେଷ ହୋଇପାରୁନାହିଁ। ଫଳରେ ଲୋକଙ୍କ ମଧ୍ୟର ବଢୁଛି ଅସନ୍ତୋଷ। ପ୍ରଶାସନ, କଂପାନୀ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ହେଲେ ମଧ୍ୟ କିଛି ସୁଫଳ ମିଳୁନି। ଆଲୋଚନା ମାଧ୍ୟମରେ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.