Noise ଲଞ୍ଚ କଲା ଦମଦାର ୱାଚ୍, ରହିଛି ବଢ଼ିଆ ଫିଚର୍ସ

ସିରିଜର ଦୁଇଟି ଘଣ୍ଟା Noise ColorFit Pro 5 ଏବଂ Noise ColorFit Pro 5 Max କୁ ଅଣାଯାଇଛି । ଏଥିରେ ଅନେକ ସ୍ପୋଷ୍ଟର୍ସ ମୋଡ୍, SOS କନେକ୍ଟିଭିଟି ଏବଂ ଅନେକ ହେଲଥ୍‌ ଫିଚର୍ସ ରହିଛି ।

ଲୋକପ୍ରିୟ ବ୍ରାଣ୍ଡ୍ Noise ଭାରତରେ ଏହାର ନୂଆ ୱାଚ୍ ସିରିଜ୍ ଲଞ୍ଚ କରିଛି । ଯାହାର ନା ହେଉଛି Noise ColorFit Pro 5 series । ସିରିଜର ଦୁଇଟି ଘଣ୍ଟା Noise ColorFit Pro 5 ଏବଂ Noise ColorFit Pro 5 Max କୁ ଅଣାଯାଇଛି । ଏଥିରେ ଅନେକ ସ୍ପୋଷ୍ଟର୍ସ ମୋଡ୍, SOS କନେକ୍ଟିଭିଟି ଏବଂ ଅନେକ ହେଲଥ୍‌ ଫିଚର୍ସ ରହିଛି । ତେବେ ଆସନ୍ତୁ ଜାଣିବା Noise ColorFit Pro 5 ଏବଂ Noise ColorFit Pro 5 Max ର ଦାମ୍‌ ଏବଂ ଫିଚର କଣ ରହିଛି ।

Noise ColorFit Pro 5 ର ଦାମ୍‌ ୩,୯୯୯ ଥିବାବେଳେ ColorFit Pro 5 Maxର ଦାମ୍‌ ୪,୯୯୯ ରହିଛି । କମ୍ପାନୀ ଏଲିଟ୍ ଏଡିସନ୍ ମଧ୍ୟ ଲଞ୍ଚ କରିଛି, ଯାହାର ମୂଲ୍ୟ ୪,୯୯୯ ଏବଂ ୫,୯୯୯ ରହିଛି ।
ସ୍ପେସିଫିକେସନ୍‌ :
Noise ColorFit Pro 5 ରେ ୧.୮୫ -ଇଞ୍ଚ ଡିସପ୍ଲେ ଥିବାବେଳେ Noise ColorFit Pro 5 Maxରେ ୧.୯୬-ଇଞ୍ଚ ଡିସପ୍ଲେ ଅଛି । ଉଭୟ ଡିସପ୍ଲେ ୩୯୦ x ୪୫୦ ଏବଂ ୪୧୦ x ୫୦୨ ରିଜୋଲ୍ୟୁସନ ସହିତ ଆସିଥାଏ । ଆପଣ ଏହାକୁ ବର୍ଷା ସମୟରେ ମଧ୍ୟ ପିନ୍ଧି ପାରିବେ ।

Noise ColorFit Pro 5 ରେ ହାର୍ଟ ମନିଟରିଂ, SpO2 ମନିଟରିଂ, ସ୍ଲିପ୍‌ ଟ୍ରାକିଂ, ବ୍ଲଡ୍‌ ପ୍ରେସର୍‌ ମନିଟରିଂ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଟ୍ରାକିଂ ପାଇଁ ଫିଚର ସାମିଲ ଅଛି । ଉଭୟ ମଡେଲକୁ ଥରେ ଚାର୍ଜ କଲେ ଏହା ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଦେଇଥାଏ । Noise ColorFit Pro 5 ସିରିଜରେ SOS ଏବଂ ବ୍ଲୁଟୁଥ୍ 5.3 କନେକ୍ଟିଭିଟି ମଧ୍ୟ ସାମିଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.