Below header

ଆମେରିକାର ପୂର୍ବତନ ବୈଦେଶିକ ସଚିବ ହେନରୀ କିସିଞ୍ଜରଙ୍କ ୧୦୦ ବର୍ଷରେ ପରଲୋକ

ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରୀ କିସିଞ୍ଜରଙ୍କ ନିଧନ । ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିବା ସୂଚନା ମିଳିଛି । ୧୯୭୩ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ କିସିଞ୍ଜର ।

ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରୀ କିସିଞ୍ଜରଙ୍କ ନିଧନ । ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିବା ସୂଚନା ମିଳିଛି । ତେବେ କନେକ୍ଟିକଟର ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିବା କିସିଞ୍ଜର ଆସୋସିଏଟ୍ସ ଏନେଇ ସୂଚନା ଦେଇଛି ।

ଆମେରିକାର ଦୁଇ ରାଷ୍ଟ୍ରପତିଙ୍କ ଶାସନ କାଳରେ ପାୱାରହାଉସର କୂଟନୀତିଜ୍ଞ ଭାବେ କାମ କରିଥିଲେ କିସିଞ୍ଜର । ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଏବଂ ଜେରାଲ୍ଡ ଫୋର୍ଡଙ୍କ କାର୍ଯ୍ୟକାଳ ମଧ୍ୟରେ କିସିଞ୍ଜର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ବୈଦେଶିକ ସଚିବ ଭାବରେ କାର୍ଯ୍ୟ କରିଥିଲେ । ସେ ଚଳିତ ବର୍ଷ ୨୭ ମଇରେ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ । ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ତାଙ୍କର ଭୂମିକା ଅତ୍ୟନ୍ତ ବିବାଦୀୟ ଥିଲା । ୧୯୭୩ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ କିସିଞ୍ଜର ।

୯୭୧ ମସିହାରେ, ରାଷ୍ଟ୍ରପତି ନିକ୍ସନ କାର୍ଯ୍ୟକାଳ ସମୟରେ କିସିଞ୍ଜର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ବେଜିଂ ଗସ୍ତରେ ଯାଇଥିଲେ । ଏହି ଯାତ୍ରା ଗୁପ୍ତ ଥିବାରୁ ସେ ପ୍ରଥମେ ପାକିସ୍ତାନ ଯାଇଥିଲେ ଏବଂ ପରେ ସେଠାରୁ ବେଜିଂକୁ ଯାଇଥିଲେ । ଏହି ଅବଧି ମଧ୍ୟରେ ସେ ଚୀନର ବରିଷ୍ଠ ନେତାଙ୍କ ସହ ଅନେକ ଦିନ କଥା ହୋଇଥିଲେ । ଚୀନ୍ ସହିତ ଆମେରିକାର କୂଟନୈତିକ ଆଲୋଚନାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.