ଶସ୍ତା ଟାବ୍‌ଲେଟ୍‌ Nokia T20 ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଫୋନ ଇଣ୍ଡଷ୍ଟ୍ରୀରେ ନିଜର ଦବ୍‌ଦବା କାଏମ କରିବା ପରେ ଏବେ ନୋକିଆ କମ୍ପାନୀ Nokia T20ଟାବଲେଟ୍‌କୁ ଭାରତରେ ଲଞ୍ଚ କରିଛି। ଏହି ଟାବ୍‌ରେ ବଡ ସ୍କ୍ରିନ, ଭଲ ଡିଜାଇନ ସହିତ ଷ୍ଟର୍କ ଆଣ୍ଡ୍ରଏଡ ମଧ୍ୟ ଦଆଯାଇଛି। ଏହାକୁ ୟୁରୋପରେ କିଛି ସପ୍ତାହ ପୂର୍ବରୁ ଲଞ୍ଚ କରାଯାଇଥିଲା। କିନ୍ତୁ ଭାରତରେ ଦୀପାବଳି ପୂର୍ବରୁ ଲଞ୍ଚ କରାଯାଇଛି।

କରୋନା ପରେ ଟାବ୍‌ଲେଟ ଇଣ୍ଡଷ୍ଟ୍ରୀ ବେଶ ଅଗ୍ରଗତି କରିଛି। ଏହାର ବ୍ୟବହାର ଅନଲାଇନ କ୍ଲାସ୍‌ ଏବଂ ଅନ୍ୟ ସବୁ କାମ ପାଇଁ କରାଯାଉଛି। ଖାସ୍‌ ଏଥିପାଇଁ ନୋକିଆ ଶସ୍ତା ଟାବ୍‌ଲେଟ୍‌ ଲଞ୍ଚ କରିଛି।ଏହା କେବଳ ବ୍ଲୁ ରଙ୍ଗରେ ହିଁ ବଜାରକୁ ଆସିଛି। ଏହାର ସେଲ ନୋକିଆ ଅନଲାଇନ ଷ୍ଟୋର, ଫ୍ଲିପକାର୍ଟ ଏବଂ ଅଫଲାଇନ୍‌ ଷ୍ଟୋରରେ ଆଜିଠାରୁ ମିଳିବ। ଏହାସହିତ ଫାଇନାନ୍ସ ଅପସନ ମଧ୍ୟ ରହିଛି।

ଦାମ୍‌: ନୋକିଆ T-20ର ଦାମ୍‌ ୧୫,୪୯୯ ଟଙ୍କା ରହିଛି। ଏହି ଭର୍ସନରେ ୩ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ଦିଆଯାଇଛି। ଏହାର ୪ ଜିବି ରାମ୍‌ ଏବଂ ୬୪ ଷ୍ଟୋରେଜ ଭାରିଅଣ୍ଟରେ ଦାମ୍‌ ୧୬,୪୯୯ ଟଙ୍କା ରହିଛି। ଏଥିରେLTE କନେକ୍ଟିଭିଟି ରହିଛି।

tab
PC: Patrika

ସ୍ପେସିଫିକେସନ: Nokia T20ରେ ୧୦.୪ ଇଞ୍ଚର2k ଡିସପ୍ଲେ ରହିଛି। ଏହାର ଚାରିପାଖରେ ପତଳା ବିଜେଲ୍‌ ଦିଆଯାଇଛି। ଏହାର ରିଫ୍ରେଶ ରେଟ ୬୦Hz ରହିଛି। ଏଥିରେ ୩ଜିବି ଏବଂ ୪ ଜିବିର ଅପସନ ମଧ୍ୟଦିଆଯାଇଛି। ୬୪ ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି। ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଟାବ୍‌ରେ ୮୨୦୦mAhର ବ୍ୟାଟେରୀ ଦିଆଯାଇଛି। ଭିଡିଓ କଲ୍‌ ପାଇଁ ଫ୍ରଣ୍ଟରେ ୫ ମେଗାପିକ୍ସେଲ କ୍ୟାମେରା ରହିଛି। ରିଅରେ ୮ ମେଗାପିକ୍ସେଲ କ୍ୟାମେରା ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.