ଧୋନୀ ପ୍ରଶଂସକଙ୍କୁ ବଡ଼ ଝଟକା! CSK ଏହି ଅପଡେଟ୍‌ ଜାରି କରି ସମସ୍ତଙ୍କୁ କଲା ନିରାଶ

ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, IPL 2022ର ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ୍‌ ଶ୍ରୀନିବାସନ, ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌ ଜାରି କରିଛନ୍ତି, ଯାହାକି ତାଙ୍କ ଫ୍ୟାନ୍‌ମାନଙ୍କୁ ଝଟକା ଦେଇ ପାରେ। କହି ରଖୁଛୁ, IPLରେ ଦୁଇଟି ନୂଆ ଟିମ୍‌ ଅହମଦାବାଦ ଓ ଲକ୍ଷ୍ନୌ ଆସିବା ପରେ ୨୦୨୨ ଆଇପିଏଲ୍‌ ସିଜନ ପାଇଁ ମେଗା ଅକ୍ସନ ହେବାକୁ ଯାଉଛି, ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ମେଗା ଅକ୍ସନରେ କିଛି ଖେଳାଳିଙ୍କୁ ଛାଡ଼ି ଅଧିକାଂଶ ଖେଳାଳି ନିଲାମୀ ମଇଦାନକୁ ଓହ୍ଲାଇବେ। ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମାଲିକ ଏନ୍‌ ଶ୍ରୀନିବାସନ, ଧୋନୀଙ୍କୁ ନେଇ ଖୁଲାସା କରିଛନ୍ତି କି, ମହେନ୍ଦ୍ର ସିଂ ଧୋନୀ ଚାହୁଁ ନାହାନ୍ତି ଯେ CSK ଟିମ୍‌ ତାଙ୍କୁ ପୁଣିଥରେ ରିଟେନ କରୁ। ଧୋନୀଙ୍କ କହିବା ହେଲା, CSKକୁ ତାଙ୍କ ଉପରେ ଅଧିକ ପଇସା ବରବାଦ କରିବା ଦରକାର ନାହିଁ।

ଧୋନୀଙ୍କ ଫ୍ୟାନ୍ସଙ୍କୁ ଲାଗିବ ବଡ଼ ଝଟକା

ଧୋନୀଙ୍କ ଅଧିନାୟିକତ୍ୱରେ ଚେନ୍ନାଇ ଆଇପିଏଲ୍‌ ୨୦୨୧ ଟାଇଟଲ ଜିତିଛି। CSK ଟିମ୍‌ ଏ ପର୍ଯ୍ୟନ୍ତ ୪ ଟାଇଟଲ ଧୋନୀଙ୍କ ଅଧିନାୟିକତ୍ୱରେ ହିଁ ଜିତିଛି। ୪୦ ବର୍ଷୀୟ ଧୋନୀ ଆଗାମୀ ବର୍ଷ ଆଇପିଏଲ୍‌ରେ ଖେଳିବା ମୁସ୍କିଲ। ତେବେ ଧୋନୀ ଫାଇନାଲ ମ୍ୟାଚ୍‌ ପରେ ସ୍ପଷ୍ଟ କରିଥିଲେ କି, ସେ ଆଗାମୀ ବର୍ଷ ମଧ୍ୟ ଆଇପିଏଲ୍‌ରେ ଖେଳୁଥିବାର ନଜର ଆସିବେ। ହେଲେ ଏବେ ସେ ଚାହୁଁ ନାହାନ୍ତି କି, CSK ତାଙ୍କ ଉପରେ ଖୁବ୍‌ ପଇସା ଖର୍ଚ୍ଚ କରି ଆଇପିଏଲ୍‌ ୨୦୨୨ ପୂର୍ବରୁ ମେଗା ଅକ୍ସନରେ ତାଙ୍କୁ ରିଟେନ କରୁ। ଚଳିତ ସିଜନ ଆଇପିଏଲ୍‌ରେ ଧୋନୀଙ୍କ ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଥିଲା। ସେ ୧୬ ମ୍ୟାଚ୍‌ରେ ୧୬ ହାରାହାରିରେ ୧୧୪ ରନ୍‌ କରିଥିଲେ। ଏହି ସମୟରେ ତାଙ୍କର ରନ୍‌ ରେଟ୍‌ ମାତ୍ର ୧୦୭ ଥିଲା। ତାଙ୍କର ବେଷ୍ଟ୍‍ ସ୍କୋର୍‌ ମଧ୍ୟ ୧୮ ଥିଲା।

ଶ୍ରୀନିବାସନଙ୍କ ବଡ଼ ବୟାନ

CSK ମାଲିକ ଏନ୍‌ ଶ୍ରୀନିବାସନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଧୋନୀ ଜଣେ ସଚ୍ଚୋଟ ଓ ନିରପେକ୍ଷ ବ୍ୟକ୍ତି। ସେ ଚାହୁଁ ନାହାନ୍ତି କି, ତାଙ୍କ ଉପରେ ଟିମ୍‌ ଅଧିକ ପଇସା ବରବାଦ କରୁ। କିନ୍ତୁ ମୁଁ ଚାହୁଁଛି, ଧୋନୀ ଆଗାମୀ ବର୍ଷ ମଧ୍ୟ ଆମ କ୍ୟାପଟେନ ରୁହନ୍ତୁ ଏବଂ ଆମ ତରଫରୁ ହିଁ ଖେଳନ୍ତୁ। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ ଆହୁରି କହିଥିଲେ ଯେ ଧୋନୀଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସର କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। କହି ରଖୁଛୁ, ଧୋନୀ ବର୍ଷ ୨୦୦୮ରୁ ହିଁ ଏହି ଟିମ୍‌ର ଅଂଶ ରହି ଆସିଛନ୍ତି। ତାଙ୍କ ଅଧିନାୟିକତ୍ୱରେ ଟିମ୍‌ ବର୍ଷ ୨୦୧୦, ୨୦୧୧, ୨୦୧୮ ଏବଂ ଚଳିତ ବର୍ଷ ଚାମ୍ପିୟନ ହେବାରେ ସଫଳ ହୋଇ ପାରିଛି। ନିକଟରେ CSK ମ୍ୟାନେଜମେଣ୍ଟ ଧୋନୀଙ୍କୁ ମେଗା ଅକ୍ସନରେ ରିଟେନ୍‌ କରିବାକୁ ନିଶ୍ଚିତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.