ଖୋସାଲିପୁର ରେଳ ଧାରଣାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ, ସପ୍ତାହକ ମଧ୍ୟରେ ଗଲାଣି ୩ ଜୀବନ

ଯାଜପୁର (କେନ୍ୟୁଜ): ଡେଥ ଜୋନ ପାଲଟିଛି ଖୋସାଲିପୁର ରେଳ ଧରଣା। ସପ୍ତାହକ ମଧ୍ୟରେ ଏଠାରେ ୩ଜଣଙ୍କର ମୁଣ୍ଡ ଗଡ଼ିଲାଣି। ହରିଦାସପୁର-ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁର ରେଳ ଧାରଣାରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ଏହି ସ୍ଥାନରେ ୩ଜଣଙ୍କର ମୃତ୍ୟୁ ଘଟିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବା ସହ ନାନା ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ସୂଚନା ଅନୁସାରେ ଆଜି ସକାଳୁ ରେଳ ଧାରଣାରେ ଜଣେ ମହିଳା ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଧାନମଣ୍ଡଳ ପୋଲିସ ଉପସ୍ଥିତ ରହିଥିବା ବେଳେ ଏନେଇ ଜିଆରପି ପୋଲିସକୁ ଅବଗତ କରାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳି ପାରିନଥିବା ବେଳେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି ନା ମୃତ୍ୟୁର ଆଉ କିଛି କାରଣ ରହିଛି ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.