ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ ଅଭିଯାନ, ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଘର ଘର ବୁଲି ଚିହ୍ନଟ କରାଯିବ

ଭୁବନେଶ୍ୱର (କେନ୍ୟୁଜ): ଘରକୁ ଘର ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ ଅଭିଯାନ। ପରିବାରର କେଉଁ କେଉଁ ସଦସ୍ୟ ଟିକା ନେଇନାହିଁନ୍ତି? ଯଦି ନେଇଛନ୍ତି ଉଭୟ ଡୋଜ୍‌ ନା କେବଳ ପ୍ରଥମ ଡୋଜ୍‌ ନେଇ ରହିଯାଇଛନ୍ତି। ଏ ସବୁର ତଥ୍ୟ ସଂଗ୍ରହ କରାଯିବା ପରେ ତାଲିକା ପ୍ରସ୍ତୁତ କରାଯାଇ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ।

ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ANM ମାନଙ୍କୁ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟରେ ଏବେବି ୩୦ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍‌ ନେଇନାହାଁନ୍ତି। ବର୍ତମାନ ସୁଦ୍ଧା ୩କୋଟି ୭୨ହଜାର ଡୋଜ୍‌ ଟିକା ଦିଆସରିଲାଣି। ୨କୋଟି ୫୭ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୧କୋଟି ୧୫ଲକ୍ଷ ଉଭଯ ଡୋଜ୍‌ ନେି ସାରିଲେଣି। ହର ଘର ଦସ୍ତକ ଅଭିଯାନ ଆରମ୍ଭ ହେଲେ ରାଜ୍ୟରେ ଟିକାକରଣ ବଢିବ। ଡିସେମ୍ବର ମାସ ସୁଦ୍ଧା ୧୦୦ପ୍ରତିଶତ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.