Below header

ଖୁସି ଖବର ! ଏବେ ହ୍ଵାଟ୍ସଆପରେ ବୁକିଙ୍ଗ୍‌ କରିପାରିବେ ଉବର କ୍ୟାବ୍‌, ଜାଣନ୍ତୁ କଣ ଏହାର ତରିକା

ଯଦି ଆପଣଙ୍କୁ କ୍ୟାବ୍‌ ବୁକ୍‌ କରିବାକୁ ଅଛି କିନ୍ତୁ ୟା ପାଇଁ ଅଲଗା ଏକ ଆପ୍‌ ରଖିବାକୁ ଚାହୁଁନାହାଁନ୍ତି ତାହେଲେ ଆପଣଙ୍କର ଏହି ସମସ୍ୟା ପାଇଁ ସମାଧାନ ରହିଛି। ଏବେ ଆପଣ ନିଜ ହ୍ଵାଟ୍ସଆପ୍‌ ଜରିଆରେ କ୍ୟାବ୍‌ ବୁକ କରିପାରିବେ। ଉବର ଏବଂ ହ୍ଵାଟ୍ସଆପ୍‌ ଏହାକୁ ନେଇ ଚୁକ୍ତିନାମା ଘୋଷଣା କରିଛନ୍ତି। ଯାହାପରେ ଆପଣ ସିଧା ହ୍ଵାଟ୍ସଆପ୍‌ ଜରିଆରେ ଉବର କ୍ୟାବ ବୁକ୍‌ କରିପାରିବେ। ଏଠାରେ ସବୁଠାରୁ ଖାସ୍‌ କଥା ହେଉଛି ଯଦି ଆପଣଙ୍କ ଫୋନରେ Uber ଆପ୍‌ ନାହିଁ ତାହେଲେ ମଧ୍ୟ ହ୍ଵାଟ୍ସଆପ୍‌ ଜରିଆରେ କ୍ୟାବ୍‌ ବୁକ୍‌ କରିପାରିବେ।

ହ୍ଵାଟ୍ସଆପରେ ଆପଣଙ୍କ କ୍ୟାବର ଡିଟେଲ ମିଳିଯିବ ଏବଂ ସ୍ୱାଦ ମଧ୍ୟ ମିଳିବ। ହ୍ଵାଟ୍ସଆପ ଜରିଆରେ କ୍ୟାବ୍‌ ବୁକିଙ୍ଗ ସୁବିଧାର ଫାଇଦା କେବଳ ଇଂରାଜୀରେ ଉଠାଯାଇହେବ। କିନ୍ତୁ ପରେ ଭବିଷ୍ୟତରେ ଏଥିରେ ଅନ୍ୟ ଭାଷାକୁ ବି ମଧ୍ୟ ସପୋର୍ଟ ଦିଆଯିବ। ଏହି ଫିଚର ଉବରର ନୂଆ ଏବଂ ପୁରୁଣା ଉଭୟ ଗ୍ରାହକଙ୍କୁ ମିଳିବ।

ହ୍ଵାଟସଆପରେ କେମିତି ବୁକ୍‌ କରିବେ ଉବର କ୍ୟାବ୍‌ ଜାଣନ୍ତୁ

  • ସର୍ବପ୍ରଥମେ ଆପଣଙ୍କୁ ହ୍ଵାଟ୍ସଆପର ବିଜନେସ୍‌ ଆକାଉଣ୍ଟ ନମ୍ବରରେ Hi ଲେଖି ମେସେଜ ପଠାଇବାକୁ ହେବ। କମ୍ପାନୀ ନିଜର ପ୍ରେସ୍‌ ରିଲିଜରେ ଏବେ ପର୍ଯ୍ୟନ୍ତ ଏହାର ସୂଚନା ଦେଇନାହିଁ।
  • ଏବେ ଓଟିପି ଏଣ୍ଟର କରିବାକୁ ହେବ।
  • ଏବେ ପିକଅପ୍‌ ଏବଂ ଡ୍ରପ୍‌ ଆଡ୍ରେସ ଦେବାକୁ ହେବ।
  • ଏହାପରେ Uber Go, Uber Auto, Uber Moto ଭିତରୁ ଚୟନ କରିବାକୁ ହେବ।
  • ଏହାପରେ ଆପଣଙ୍କୁ କ୍ୟାବର ସମ୍ପୂର୍ଣ୍ଣ ଡିଟେଲ ମିଳିଯିବ ଯେଉଁଥିରେ ଡ୍ରାଇଭରର ନାମ ଏବଂ ଗାଡି ନମ୍ବର ରହିଥିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.