Below header

ଗୁଡି ଉଡୋଉ ଉଡୋଉ ପବନରେ ଉଡିଗଲେ ବ୍ୟକ୍ତି

ଶ୍ରୀଲଙ୍କାର ଜାଫ୍ନା । ଯେଉଁଠାରେ ଗୁଡି ଉଡିବା ସମୟରେ ହଠାତ ଜଣେ ବ୍ୟକ୍ତି ଆକାଶରେ ପହଞ୍ଚି ଯାଇଥିଲେ । ଗୁଡିର ସୂତା ସାହାଯ୍ୟରେ ଏ ବ୍ୟକ୍ତି ଦୀର୍ଘ ସମୟ ଧରି ପବନରେ ଝୁଲି ରହିଖିଲେ । ଏ ଘଟଣା ଏବେ ଶ୍ରୀଲଙ୍କା ଟ୍ଵିଟ ନାମକ ଏକ ଆକାଉଣ୍ଟରେ ଟ୍ଵିଟରରେ ସେୟାର କରାଯାଇଛି । ଘଟମା ଅନୁସାରେ ଏକ ଗୁଡି ଉଡା ପ୍ରତିଯୋଗୀତା ଚାଲିଥିଲା । ଯେଉଁଠାରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ତାଙ୍କ ଦଳର ସଦସ୍ୟ ମାନଙ୍କ ସହିତ ଏକ ବଡ ଗୁଡିର ସୂତା ଧରି ଏହାକୁ ଆଗକୁ ଛାଡୁଥିଲେ । ଆଉ ଠିକ ଏହି ସମୟରେ ହଠାତ ଗୁଡିର ସୂତା ସହିତ ୪୦ଫୁଟ ଉଚ୍ଚତାରେ ପହଞ୍ଚିଥିଲେ। ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ଡରି ଯାଇଥିଲେ ।

ପ୍ରକୃତରେ ଗୁଡିର ଓଜନ ଅଧିକ ଥିଲା । ଏହି କାରଣରୁ ଗୁଡିଟି ବ୍ୟକ୍ତିଙ୍କୁ ପବନରେ ଉଡାଇନେଇଥିଲା । ଏହାପରେ ବ୍ୟକ୍ତିଜଣକ ପବନରେ ଦୀର୍ଘ ସମୟ ଧରି ଝୁଲି ରହିଲେ ଏବଂ ଲୋକମାନେ ଏହାକୁ ଅନେଇ ରହିଗଲେ । ଯାହା ଶୁଣାଯାଇଛି ଯେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ବ୍ୟକ୍ତିଙ୍କୁ ସୂତା ଛାଡିବାକୁ କହୁଥିଲେ । ଯାହାଫଳରେ ସେ ଆଗକୁ ଯାଇପାରିବେ ନାହିଁ । ପରେ ଗୁଡି ଟିକେ ତଳକୁ ପହଞ୍ଚିବା ମାତ୍ରେ ବ୍ୟକ୍ତି ଜଣକ ସୂତା ଛାଡି ଦେଇଥିଲେ ଓ ତଳେ ପଡିଯାଇଥିବାର ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟମାରେ ବ୍ୟକ୍ତି ଜଣକ ଆଘାତ ପ୍ରାପ୍ତ ହୋଇଛି । କିନ୍ତୁ ବଡକଥା ହେଉଛି ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା କରାଯାଉତିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା କି ଏହି ବ୍ୟକ୍ତି ଓ ତାଙ୍କ ସାଥୀମାନେ ଏକ ବଡ ଗୁଡି ଉଡାଇବାକୁ ଚେଷ୍ଠା କରିଥିଲେ । ତାପରେ ହଠାତ ଗୁଡିଟି ଆକାଶକୁ ଚାଲିଯାଇଥିଲା । ଏବଂ ସମସ୍ତ ସୂତାକୁ ଛାଡିଦେଇତିଲେ । କିନ୍ତୁ ଏ ବ୍ୟକ୍ତି ଜଣକ ସୂତାକୁ ଧରି ରଖିବାରୁ ସାଧାସଳଖ ଆକାଶରେ ଉଡିଯାଇଥିଲେ । ଶ୍ରୀଲହ୍କାର ଜାଫନାରେ ପୋଙ୍ଗଲ ପାଳନ କରାଯିବା ଅବସରରେ ଗୁଡି ଉଡା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଓ ଏହି ସମୟରେ ବଡ ବଡ ଗୁଡି ଗୁଡିକ ଏଠାରେ ଉଡାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.