ଲୁଣ ପାଣି କେତେ ଲାଭଦାୟକ ଆପଣ ଜାଣନ୍ତି? ବାସ୍‌, ଶରୀରର ଏହି ସବୁ ସମସ୍ୟା ଦୂର କରିବା ପାଇଁ ଥରୁଟିଏ ବ୍ୟବହାର କରନ୍ତୁ

ଲୁଣ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ବିଶେଷଜ୍ଞଙ୍କ ମୁତାବକ, ଏହାକୁ ସୀମିତ ମାତ୍ରାରେ ସେବନ କଲେ ଆପଣଙ୍କୁ ଅନେକ ପ୍ରକାର ଲାଭ ମିଳିଥାଏ। ଏହା ପେଟ ସହ ଜଡ଼ିତ ସମସ୍ୟାଠୁ ଆରମ୍ଭ କରି ଚର୍ମ ସମସ୍ୟା ପର୍ଯ୍ୟନ୍ତ, ସବୁ କିଛି ଦୂର କରିବାର ଏକ ପ୍ରଭାବଶାଳୀ ଉପାୟ ହୋଇଥାଏ। ଆସନ୍ତୁ ଜାଣିବା ଲୁଣ ପାଣିର କ’ଣ ଫାଇଦା ରହିଛି।

ଗଳା ଯନ୍ତ୍ରଣା/ ଗଳା ଗତଗତ ହେଉଥିଲେ: ଲୁଣ ପାଣିରେ ଗର୍ଗଲ୍ କରି ଗଳାରେ ଥିବା ଜୀବାଣୁକୁ ସଫା କରାଯାଇ ପାରିବ। ଏହାଦ୍ୱାରା ଗଳା ଗତଗତ ସମସ୍ୟା ଦୂର ହେବ। ଏହା ଗଳାର କୋଶିକାଗୁଡ଼ିକରେ ଫୁଲାକୁ କମ୍‌ କରିଥାଏ। ଗଳା ସଂକ୍ରମଣ କିମ୍ବା ଗଳା ଯନ୍ତ୍ରଣା ସମୟରେ ଲୁଣ ପାଣିର ବ୍ୟବହାର ଆପଣଙ୍କୁ ଆରାମ ପ୍ରଦାନ କରିପାରେ। ଏହା ଏଥିପାଇଁ ପ୍ରଭାବଶାଳୀ ହୋଇଥାଏ, କାହିଁକିନା, ସାମୁଦ୍ରିକ ଲୁଣରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯଦ୍ଦ୍ଵାରା ଏହା ଗଳା ଫୁଲା ସମସ୍ୟାକୁ ଦୂର କରି ଦେଇଥାଏ। ଏଥିପାଇଁ ଆପଣ ନଖଉଷୁମ ଲୁଣ ପାଣିରେ ଗର୍ଗଲ କଲେ ଆରାମ ମିଳି ପାରିବ।

ଚର୍ମ ପାଇଁ: ଚର୍ମ ସମସ୍ୟା ଦୂର କରିବା ପାଇଁ ଲୁଣ ମଧ୍ୟ ପ୍ରଭାବଶାଳୀ ତରିକା। ଏଥିରେ ଥିବା ସଲଫରର ଘଟକ ଚର୍ମର ପୃଷ୍ଠଭୂମିକୁ ସଫା କରି ନରମ ରଖିବାରେ ସାହାଯ୍ୟ କରିଥାଏ। ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ଲୁଣ ପାଣି ପିଅନ୍ତୁ।

ହଜମ କ୍ରିୟା ବଢ଼ିଆ ହେବ: ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଏହା ବେଶ୍‌ ପ୍ରଭାବଶାଳୀ ହୋଇଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ଦେଇଥାଏ।

ପାଟି ଦୁର୍ଗନ୍ଧକୁ ଦୂର କରିଥାଏ: ଲୁଣ ପାଣିକୁ ଆପଣ ମାଉଥ୍‌ଓ୍ଵାଶ ରୂପରେ ମଧ୍ୟ ଉପଯୋଗ କରି ପାରିବେ। ନିୟମିତ ଭାବେ ଏହାକୁ ବ୍ୟବହାର କରିବା ଦ୍ୱାରା ପାଟିରେ ଥିବା ଜୀବାଣୁ ମରି ଯାଇଥାଆନ୍ତି। ଏହା ଦାନ୍ତମାଢ଼ିରେ ଫୁଲା, ପାଟି ଦୁର୍ଗନ୍ଧ ଏବଂ କ୍ୟାଭିଟି ସମସ୍ୟାକୁ ଦୂର କରିଥାଏ। ୧ ଗ୍ଲାସ୍‌ ଗରମ ପାଣିରେ ୧ ଚାମଚ ସାମୁଦ୍ରିକ ଲୁଣ ମିଶାନ୍ତୁ ଏବଂ ଏହାକୁ ପାଟିରେ ପାଖାପାଖି ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହା ଦାନ୍ତ ସଫା କରିବାରେ ସାହାଯ୍ୟ କରିବ।

ପାଦ ପାଇଁ: ପାଦରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ୟାରେ ମଧ୍ୟ ଲୁଣ ପାଣିର ଉପଯୋଗ କରାଯାଇ ପାରିବ। ଏଥିପାଇଁ ଏକ ବଡ଼ ପାତ୍ରରେ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ୧ରୁ ୨ କପ୍ ଲୁଣ ମିଶାନ୍ତୁ। ଏବେ କିଛି ସମୟ ପର୍ଯ୍ୟନ୍ତ ଗୋଡ଼କୁ ସେହି ପାଣିରେ ବୁଡ଼ାଇ ରଖନ୍ତୁ। ୨୦ ମିନିଟ୍ ପରେ ଗୋଡ଼କୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ।