ମମିତା ମେହେର ହତ୍ୟା ମାମଲା: ସିଲ କଭରରେ ସରକାରଙ୍କ ପକ୍ଷରୁ ପୁଣି ଏକ ଅପଟୁଡେଟ ଷ୍ଟାଟସ ଫାଷ୍ଟ ଟ୍ରାକ କୋର୍ଟରେ ରିପୋର୍ଟ ଦାଖଲ

କେନ୍ୟୁଜ୍(ବ୍ୟୁରୋ):ମମିତା ମେହେରଙ୍କ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ପାଇଁ ହୋଇଥିବା ଆବେଦନରେ ସରକାରଙ୍କ ପକ୍ଷରୁ ସିଲ କଭରରେ ପୁଣି ଏକ ଅପଟୁଡେଟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। କଳାହାଣ୍ଡି ମେହେର ସମାଜ ପକ୍ଷରୁ ଏହି ମାମଲାରେ ଏକ ଇଣ୍ଟରଭେନିଙ୍ଗ ପିଟିସନ ପୂର୍ବରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଅନ୍ୟ ଏକ ଇଣ୍ଟରଭେନିଙ୍ଗ ପିଟିସନ ଦାଖଲ ହୋଇଛି। ଜାନୁଆରୀ ୨୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେଦିନ ମାମଲାର ବିସ୍ତୃତ ଶୁଣାଣି କରାଯିବ।

ସିଲ କଭରରେ ସରକାରଙ୍କ ପକ୍ଷରୁ ଆଜି ମଧ୍ୟ ଅପଟୁଡେଟ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି। ତଦନ୍ତ ଚାଲୁ ରହୁଥିବାରୁ ସିଲ କଭରରେ ଦାଖଲ କରାଯାଇଛି ଷ୍ଟାଟସ ରିପୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅବସରପ୍ରାପ୍ତ ଜିଲା ଜଜ ଏ. ବି. ଏସ. ନାଇଡୁଙ୍କୁ ତଦନ୍ତର ତଦାରଖ ଦାୟିତ୍ୱ ଦିଆଯାଇଛି। ମମିତାଙ୍କ ପିତା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ଘଟଣାର ନିରପେକ୍ଷ ତଦନ୍ତ ଓ ମାମଲାର ଫାଷ୍ଟ ଟ୍ରାକ କୋର୍ଟର ବିଚାର କରିବା ନେଇ ଏହି ଆବେଦନ କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାର, ପୋଲିସ ଡିଜି, ବଲାଙ୍ଗୀର ଏସପି ଓ ସିନ୍ଦିକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Leave A Reply

Your email address will not be published.