Below header

କମବ୍ୟାକ୍ କଲା କିମ୍ଭୋ : ହ୍ବାଟ୍ସଆପକୁ ଟକ୍କର ଦେବ ପତଞ୍ଜଳୀର ସ୍ବଦେଶୀ ଆପ୍

କମବ୍ୟାକ୍ କଲା କିମ୍ଭୋ ଆପ୍ । ହ୍ବାଟ୍ସଆପକୁ ଟକ୍କର ଦେବେ ଯୋଗଗୁରୁ ରାମଦେବଙ୍କ ସ୍ୱଦେଶୀ ଆପ୍ । ସ୍ବାଧୀନତା ଦିବସ ଅବସରରେ ପତଞ୍ଜଳୀ ପୁଣି ଥରେ ଲଂଚ୍ କରିଛି କିମ୍ଭୋ ଆପ୍ । .ତେବେ ୨୭ ଅଗଷ୍ଟରେ ବିଧିବଦ୍ଧ ଭାବେ ଏହି ଆପକୁ ଲଂଚ କରାଯିବ । ଏହା ପୂର୍ବରୁ ଏହି ମେସେଜିଙ୍ଗ୍ ଆପ୍ ଲଂଚ୍ ହୋଇଥିଲା । କିନ୍ତୁ କିଛି ଦିନ ମଧ୍ୟରେ ବନ୍ଦ କରିଦିଆଯାଇଥିଲା । ସୂଚନା ଅନୁସାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ଫଟୋ ଥିବା କାରଣରୁ ଏହାକୁ ଆପ୍ ଷ୍ଟୋରରୁ ହଟାଇଦିଆଯାଇଥିଲା । ଅନ୍ୟ ପଟେ ସୁରକ୍ଷାକାରଣରୁ ମଧ୍ୟ ବନ୍ଦ କରିଦିଆଯାଇଥିବା ରିପୋର୍ଟ ମଧ୍ୟ ଆସିଥଲା ।

କିମ୍ଭୋ ଶବ୍ଦ ସଂସ୍କୃତରୁ ନିଆଯାଇଛି । ଯାହାର ଅର୍ଥ ହେଉଛି ସମ୍ବାଦ । ଏହି ଆପ୍ ଡାଉନଲୋଡ କରିଥିବା ଲୋକଙ୍କୁ ପତଞ୍ଜଳୀର ସାମଗ୍ରୀରେ ୧୦ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ମିଳିଛି । ତେବେ ଏହି ସ୍ବଦେଶୀ ଆପର ସିଧା ଟକ୍କର ହେବ ଲୋକପ୍ରିୟ ମେସେଜିଙ୍ଗ୍ ହ୍ବାଟ୍ସଆପ ସହ ।

ଏହି କିମ୍ଭୋ ଆପର ଫିଚର ମଧ୍ୟ ଠିକ୍ ହ୍ବାଟ୍ସଆପ୍ ପରି । ଯେଉଁଥିରେ ଭିଡିଓ କଲିଂ ଏବଂ ଭଏସ୍ କଲିଂ ସୁବିଧା ରହିଛି । ଏହା ସହ ରିୟଲ୍ ଟାଇମରେ ଟେକ୍ଟ, ମେସେଜ୍ , ଭିଡିଓ ଏବଂ ଅଡିଓ କ୍ଲିପ୍ ମଧ୍ୟ ପଠାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.