Below header

ଏଥର ଗୋଟିଏ ଆଡପ୍ଟରରେ ହେବ ସାତଟି ଡିଭାଇସ ଚାର୍ଜ, ଓଭରଚାର୍ଜ ପ୍ରୋଟେକ୍ସନ ସହିତ ରହିଛି ଏହି ସବୁ ଫିଚର୍ସ

ଯଦି ଆପଣଙ୍କ କାମ ମଧ୍ୟ ଏକ ପୋର୍ଟ ବିଶିଷ୍ଟ ୟୁଏସବି ଆଡପ୍ଟର ଦ୍ୱାରା ସମ୍ପୂର୍ଣ ହୋଇପାରୁନାହିଁ ତାହେଲେ ଆପଣଙ୍କ ପାଇଁ କମ୍ପ୍ୟୁଟର ଆକ୍ସେସୋରିଜ ବନାଉଥିବା କମ୍ପାନୀ PremiumAV ଆଣିଛି 7 ପୋର୍ଟ ବିଶିଷ୍ଟ ୟୁଏସବି ଆଡପ୍ଟର I ଏହି ଆଡପ୍ଟର 7ପୋର୍ଟ ବିଶିଷ୍ଟ ଅଟେ ଏବଂ ଏଥିରେ କେବଳ ଗୋଟିଏ କେବୁଲ ଦିଆଯାଇଛି I ଏହାଦ୍ୱାରା ଆପଣ ଏହି ଆଡପ୍ଟର ସାହାଯ୍ୟରେ ମାତ୍ର ଗୋଟିଏ ଥରରେ ସାତଟି ଡିଭାଇସକୁ ଚାର୍ଜ କରି ପାରିବେ I ଯାତ୍ରା ସମୟରେ ଏହା ଆପଣଙ୍କର ଭଲ ସାଥି ହୋଇପାରିବ ବୋଲି ଆଶା କରାଯାଉଛି I

Image result for premiumav-launches-7-port-usb-adapter-with-manual-switches

ଏହି ଆଡପ୍ଟରର ଲଂଚିଙ୍ଗକୁ ନେଇ କମ୍ପାନୀର ସିଇଓ ଏବଂ ଫାଉଣ୍ଡର ସଞ୍ଜୟ ମାର୍ଗ କହିଛନ୍ତି କି ଭାରତୀୟ ୟୁଜର୍ସ ମାନଙ୍କ ପାଇଁ ଏହା ଏକ ବଢିଆ ଆକ୍ସେସୋରିଜ ଅଟେ ଏବଂ ଏହା ଏଭଳି ଭାବେ ଡିଜାଇନ କରାଯାଇଛି ଯାହାକି ଏକସଙ୍ଗେ ଭିନ୍ନ ଭିନ୍ନ ସାତଟି ଡିଭାଇସକୁ ଚାର୍ଜ କରି ପାରିବ I ଏଥିରେ ସ୍ୱତନ୍ତ୍ରତା ହେଉଛି ଏହା ସମସ୍ତ ପୋର୍ଟ ପାଇଁ ଅଲଗା ଅଲଗା ସୁଇଚ ଦେଇଛି I

Image result for premiumav-launches-7-port-usb-adapter-with-manual-switches

ଏହାର ବ୍ୟବହାର ଉଇଣ୍ଡୋଜ, ମ୍ୟାକ ଓ ଲିନିକ୍ସ ଭଳି ଅପରେଟିଙ୍ଗ ସିଷ୍ଟମରେ କରାଯାଇପାରିବ ଏବଂ ଏହାର ବ୍ୟବହାର କରିବା ପାଇଁ ଆପଣଙ୍କୁ କୌଣସି ଡ୍ରାଇଭରକୁ ଇନଷ୍ଟଲ କରିବାର ଆବଶ୍ୟକତା ପଡିବ ନାହିଁ I

Image result for premiumav-launches-7-port-usb-adapter-with-manual-switches

ଏହାସହ ପଢନ୍ତୁ ଅତିଶୀଘ୍ର ଗୁଗଲ ବନ୍ଦ କରିବାକୁ ଯାଉଛି ତାର ଏହି ସର୍ଭିସ, ଜାଣନ୍ତୁ କଣ

କମ୍ପାନୀର ଦାବୀ ଅନୁଯାୟୀ ଏହି ଆଡପ୍ଟର ଦ୍ୱାରା 5GBPS ସ୍ପିଡ଼ରେ ଡାଟା ଟ୍ରାନ୍ସଫର କରାଯାଇପାରିବ I ଏହା ବ୍ୟତୀତ ଏଥିରେ ଓଭରଚାର୍ଜ ପ୍ରୋଟେକ୍ସନ, ଓଭର କରେଣ୍ଟ ପ୍ରୋଟେକ୍ସନ ଏବଂ ସର୍ଟ ସର୍କିଟ ପ୍ରୋଟେକ୍ସନ ଭଳି ଫିଚର ଗୁଡିକ ଦିଆଯାଇଛି I ଏହାର ଦାମ ୨୩୫ ଟଙ୍କା ଅଟେ ଏବଂ ଏହା ସହିତ ଏକ ମାସର ୱାରେଣ୍ଟି ମଧ୍ୟ ମିଳିବ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.