ଫୋକସରେ ପୌର ଭୋଟ, ରାଜ୍ୟର ସବୁ ପୌର ସଂସ୍ଥାର ୨୦୩୫ ୱାର୍ଡରେ ଖୋଲିଛି ୱାର୍ଡ ଅଫିସ

ଫୋକସରେ ପୌର ଭୋଟ । ସ୍ୱାୟତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସମସ୍ତ ଓ୍ଵାର୍ଡରେ, ଓ୍ଵାର୍ଡ ଅଫିସ ଖୋଲିବା ସହ ରାଜ୍ୟର ସହରାଞ୍ଚଳର ୨ହଜାର ୩୫ ଓ୍ଵାର୍ଡରେ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଭାଗୀୟ ଅଧିକାରୀ ଓ ଭିଡିଓ କନଫରେନସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ୱରର ସହିଦ ନଗରରେ ଉପସ୍ଥିତ ଥିବା ଲୋକଙ୍କୁ ଉଦବୋଧନ ଦେଇଥିଲେ । ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଐତିହାସିକ ଦିନ ବୋଲି କହିଥିଲେ । ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହିପରି ଭୁବନେଶ୍ୱର ମ୍ୟୁନିସପାଲ କପୋରେସନ ପକ୍ଷରୁ ସବୁ ଓ୍ଵାର୍ଡରେ ଓ୍ଵାର୍ଡ ଅଫିସ ଖୋଲାଯାଇଛି । ମହାନଗର ନିଗମ ଅନ୍ତର୍ଗତ ୬୭ଟି ଓ୍ଵାର୍ଡରେ ଓ୍ଵାର୍ଡ କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ସହ ତ୍ୱରିତ ଅଭିଯୋଗ ଶୁଣାଣି ଏବଂ ନିରାକରଣ ହୋଇପାରିବ । ସେହିପରି ଇ-ବିପାସ୍‌ର ଶୁଭାରମ୍ଭ ହୋଇଛି । ଏହା ଫଳରେ ଅନ୍‌ଲାଇନ୍‌ ଦରଖାସ୍ତର ୪୮ ଘଣ୍ଟା ମଧ୍ୟରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ହୋଇପାରିବ । ସ୍ୱଚ୍ଛ ସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଭାଗିଦାରୀରେ ୧୧୪ ସହରାଞ୍ଚଳରେ ୨୦୦ଟି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୨୬ଟି ସହରାଞ୍ଚଳରେ ବିଶୋଧନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.