Below header

Xiaomi କୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା Realme X50 Pro Player ସ୍ମାର୍ଟଫୋନ, ଦାମ୍‌ରେ କମ୍‌ କିନ୍ତୁ ଫିଚର୍ସ କମାଲ୍‌

Xiaomi କୁ ଟକ୍କର ଦେବା ଚୀନର ସ୍ମାର୍ଟଫୋନ କମ୍ପାନୀ Realme ଲଞ୍ଚ କରିଛି Realme X50 Pro Player । ଏଥିରେ ହେଭି ପ୍ରୋସେସର ସହିତ ୯୦ ମୋଗାହର୍ଟଜର ଡିସପ୍ଲୋ ରହିଛି।ଏହି ସ୍ମାର୍ଟଫୋନର ସେଲ ଜୁନ ୧ ତାରିଖରୁ ଆରମ୍ଭ ହେବ। ଏହାଛଡା ଖୁବଶୀଘ୍ର ଭାରତରେ ଏହି ଫୋନ ଲଞ୍ଚ ହେବାକୁ ଯାଉଛି। ଏହି ଫୋନର ଟକ୍କର ସାଓମୀରMi 10 ସହିତ ହେବ।

Realme X50 Pro Player ଫୋନକୁ ଚୀନରେ ଲଞ୍ଚ କରାଯାଇଛି। ଏହି ଫୋନ ୩ଟି ଭାରିଅଣ୍ଟରେ ରହିଛି। ୬ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ, ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଏବଂ ୧୨ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୨୮ ହଜାରରୁ ଉର୍ଦ୍ଧ୍ୱ ରହିଛି। ଏଥିରେ ୪୮ ଏମପି କ୍ୟାମେରା ସହିତ ୮ + ୨ +୨ ଏମ୍‌ପି କ୍ୟାମେରା ଲେନ୍ସ ରହିଛି। ସେଲଫି ପାଇଁ ୧୬ ଏମ୍‌ପି+ ୨ ଏମପି କ୍ୟାମେରା ରହିଛି। ଏହା ଆଣ୍ଡ୍ରଏଡ ୧୦କୁ ନେଇ ପ୍ରସ୍ତୁତି ହୋଇଛି। ଯାହା ରିଅଲ ମି ଅପରେଟିଂ ସିଷ୍ଟମରେ କାମ କରିଥାଏ।

mi

Xiaomi Mi 10 ୫ଜି ସ୍ମାର୍ଟଫୋନରେ ୬.୬୭ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଥିବା ବେଳେ ୮୬୫ ସ୍ନାପଡ୍ରାଗନ ପ୍ରୋସେସର ରହିଛି। ଏଥିରେ ଆଣ୍ଡ୍ରଏଡ ୧୦MIUI 11 ଅପରେଟିଂ ସିଷ୍ଟମ କାମ କରୁଛି। ଏହି ଫୋନର ୩ଟି ଭାରିଅଣ୍ଟ ରହିଛି। ଯାହାର ଦାମ ୪୯ ହଜାରରୁ ଟଙ୍କାରୁ ଆରମ୍ଭ ହୋଇ ୫୫ ହଜାର ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.