ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣି ରାଜଧାନୀରେ ମାତିଲେ ଗଞ୍ଜେଇ ବେପାରୀ । ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ତେବେ ଲକ୍ଡାଉନ୍ ନିୟମ କୋହଳ ହେଉ ହେଉ ନିଜର ବ୍ଯବସାୟ ଆରମ୍ଭ କରିଦେଲେଣି ଗଞ୍ଜେଇ ବେପାରୀ।
ତେବେ ଏମାନେ ଭଦ୍ରକରୁ ଭୁବନେଶ୍ୱର ଗଞ୍ଜେଇ ଆଣି ବ୍ୟବସାୟ କରୁଥିଲେ । ଏନେଇ ଖବର ପାଇବାପରେ ଆଜି ସକାଳେ ଖଣ୍ଡଗିରି ଅଞ୍ଚଳରେ ଥିବା ସେମାନଙ୍କ ଭଡା ଘରେ ପୋଲିସ ଚଢାଉ କରିଥିଲା । ସେଠାରୁ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗରଫ କରିବାରେ ସଫଳ ହୋଇଛି ।