ଛଅ ମାସ EMI ନଦେଲେ ଗ୍ରାହକଙ୍କୁ ଲାଗିପାରେ ଡବଲ ଝଟକା !

RBI ଲକଡାଉନ ଏବଂ କରୋନା ମହାମାରୀ ଠାରୁ ପ୍ରଭାବିତ କରଜଧାରକଙ୍କୁ ଆସ୍ୱସ୍ତି ଦେବା ପାଇଁ EMI ଭରିବାରେ ୬ ମାସ କୋହଳ କରିଛି। ଗୋଟିଏ ପଟେ ଏହି ଘୋଷଣା ବହୁତ ଆସ୍ୱସ୍ତି ଲାଗୁଥିଲେ ବି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଅବଧିରେ ଲୋନ ଉପରେ ସୁଧ ଚାଲିଥାଏ ଯାହା ଆଗାମୀ ଦିନରେ ଲୋନ ଧାରକଙ୍କୁ ଝଟକା ଦେଇପାରେ। ଏହି କାରଣରୁ କୋହଳର ପ୍ରଥମ ପର୍ଯ୍ୟାୟରେ SBIର ପ୍ରାୟ ୨୦% ଗ୍ରାହକ ଏହି ବିକଳ୍ପକୁ ବାଛିଥିଲେ।

ଋଣ କ୍ଷମତା ଉପରେ ପଡିପାରେ ପ୍ରଭାବ

ପ୍ରାପ୍ତ ସୂଚନା ଅନୁଯାୟୀ EMI ନଦେବା ବିକଳ୍ପକୁ ବାଛିଥିବା ଗ୍ରାହକଙ୍କ ଋଣ NPA ଡାଏରିରେ ଆସିନଥାଏ ଏବଂ ନା ସେମାନଙ୍କ ସିବିଲ ଉପରେ କୌଣସି ପ୍ରଭାବ ପଡିବ। ଏହା ସତ୍ତ୍ୱେ ମଧ୍ୟ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ଋଣ କ୍ଷମତା ଉପରେ ଏହାର ପ୍ରଭାବ ପଡିବ।

loan1ବ୍ୟାଙ୍କ ଋଣ ଦେଲେ ରଖିବ ସତର୍କତା

ବ୍ୟାଙ୍କ ଏପରି ଗ୍ରାହକଙ୍କୁ ଋଣ ଦେଲାବେଳେ ବହୁତ ସତର୍କତା ରଖିବେ ଏବଂ EMI ଆଧାରିତ ନୂଆ ଋଣ ଦେବା କିମ୍ବା ତାଙ୍କ ଋଣର ବୈଧତା ବଢାଇବା ପାଇଁ ହଚପଚ ହୋଇଥାନ୍ତି। କିଛି ବ୍ୟାଙ୍କ ଅଧିକାରୀଙ୍କ କହିବା କଥା ଯେ କୋହଳ ଅବଧି ପରେ ଏମିତି ଗ୍ରାହକଙ୍କ ମୋଟ EMI ଦେବାର କ୍ଷମତା ଉପରେ ଏହାର ପ୍ରଭାବ ପଡିବ। ଏହାସହିତ ବିଜନେସ ଲୋନ ନେଉଥିବା ଗ୍ରାହକଙ୍କ କାରବାର ସ୍ଥିତି ଉପରେ ଆଗାମୀ କିଛି ବର୍ଷ ଉପରେ ଅନିଶ୍ଚିତତା ରହିବ।

ବ୍ୟାଙ୍କ ତରଫରୁ EMI କୋହଳର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ପେମେଣ୍ଟ ପାଇଁ ତିନୋଟି ବିକଳ୍ପ ଦିଆଯାଇପାରେ।

  • କୋହଳ ଅବଧି ଶେଷ ହେବା ପରେ ଏହି ଛଅ ମାସରେ ମୋଟ ଯେତିକି ସୁଧ ହୋଇଥିବ ତାହାକୁ ଏକକାଳୀନ ଜମା କରିବାକୁ ପଡିବ।
  • ମୋଟ ସୁଧକୁ ବକେୟା ଲୋନରେ ଯୋଡି ଦିଆଯିବ ଏବଂ ସେହି ହିସାବରେ ଲୋନ ଦେବାର ଶେଷ ଅବଧିରେ EMI ରାଶିକୁ ଦେବାକୁ ହେବ।
  • ମୋଟ ସୁଧକୁ ଲୋନର ବକେୟା ରାଶିରେ ଯୋଡି ଦିଆଯିବ ଏବଂ EMI ରାଶି ପୂର୍ବ ଭଳି ରହିବ କିନ୍ତୁ ସୁଧ ଭରିବାର ସମୟକୁ ବଢ଼ାଇ ଦିଆଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.