କନ୍ଧମାଳରେ କିସ୍ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ସହିତ ଖାଦ୍ୟ ସାମଗ୍ରୀ ବଣ୍ଟନ

ଦାରିଙ୍ଗବାଡ଼ି: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସସ୍ ପକ୍ଷରୁ ଆଜି ଛାତ୍ର ଛାତ୍ର ମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦେଇଛନ୍ତି ଶିକ୍ଷାବିତ ଡ଼କ୍ଟର ଅଚ୍ୟୁତ ସାମନ୍ତ । ସାରାବିଶ୍ଵ ଏବେ କୋରନା ମହାମାରୀ ସହ ଲଢେ଼ଇ କରୁଥିବା ବେଳେ, ଦେଶରେ ଏବେ ଲକ ଡାଉନ ଜାରି ରହିଛି । ଯାହାରି ଫଳରେ ବିଭିନ୍ନ ସ୍କୁଲ କଲେଜ ,ଭଳି ଅନୁଷ୍ଠାନ ବନ୍ଦ ରହିଛି ।

foodଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ଯତକୁ ଆଖି ଆଗରେ ରଖି ସେମାନେ କିଭଳି ଘରେ ରହି ଭଲ ପାଠ ପଢିପାରିବେ ସେଥିପାଇଁ ଶିକ୍ଷାବିତ ଡ଼କ୍ଟର ଅଚ୍ୟୁତ ସାମନ୍ତ ଭୁବେନେଶ୍ୱର କିସ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ବସ ମାଧ୍ୟମରେ ବହି ଏବଂ ଶୁଖିଲା ଖାଦ୍ୟ ପଠାଇଛନ୍ତି । ଶୁଖିଲା ଖାଦ୍ୟ ଭିତରେ ଡାଲି,ଚୁଡା,ଚିନି, ବିସ୍କୁଟ ପଠାଇବା ସହିତ ସାବୁନ,ପେନ,ପେନସିଲ ମଧ୍ଯ ପଠାଇଛନ୍ତି ।

bookକନ୍ଧମାଳ ଜିଲ୍ଲାରେ ୮୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଦ୍ବତୀୟ ରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ୧୨୨ ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ବହି ଯୋଗାଇ ଦିଆଯାଇଛି । କିସରୁ ପ୍ରଧାନ ଶିକ୍ଷକ ରଞ୍ଜନ ଛୁଆଳସିଂଙ୍କ ସମେତ କିସ ଗାଡିର ଦୁଇଜଣ ଡ୍ରାଇଭର ,କନ୍ଧମାଳ ଜିଲ୍ଲା କୋର କମିଟି ସେକ୍ରେଟାରୀ ବର୍ନବାସ ପ୍ରଧାନ,ଦାରିଙ୍ଗବାଡ଼ି ବ୍ଲକ କୋଡ଼ିନେଟର ମୁକେଶ ନାୟକ, ସାଂସଦ ପ୍ରତିନିଧି ଖେତ୍ରିବଳ ନାୟକ,ସୋମନାଥ ପ୍ରଧାନ,ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ,ବହି ବଣ୍ଟନ କରିଥିଲା। ଏଭଳି ପଦକ୍ଷପକୁ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.