ନୂଆପଡା: ବାଇକ୍ ଦୁର୍ଘଟଣାରେ ଜୀବନ ହାରିଲେ ଦୁଇ ଯୁବକ

ନୂଆପଡା(କେନ୍ଯୁଜ୍): ନୂଆପଡା ଜିଲ୍ଲା ଖଡିଆଳ ଥାଦନା ଅନ୍ତର୍ଗତ ପଦ୍ମପୁର ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ମୋଟର ସାଇକେଲ ଆରୋହୀ ହେଲେ ବୋଡେନ ଥାନା ଅନ୍ତର୍ଗତ ଦଣ୍ଡେଇବସା ଗାଁର କୈଳାସ ଜଗତ ଓ ତେନ୍ଦୁଲକର ଜଗତ।

ସୂଚନା ମୁତାବକ ଦୁଇ ଯୁବକ ଖଡିଆଳ ଥାସନା ଅନ୍ତର୍ଗତ ଅମଲାପାଲି ଗାଁକୁ ନିଜର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ପଦ୍ମପୁର ଗାଁ ନିକଟରେ ମୋଟର ସାଇକେଲଟି ଭାରସାମ୍ଯ ହରାଇ ଏକ ବିଦ୍ଯୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ମୃତକଙ୍କ ଶବକୁ ଜବତ କରିବା ସହ ବ୍ଯବଚ୍ଛେଦ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.