Realme ଲଞ୍ଚ କଲା ୧୪ଟି ସ୍ପୋର୍ଟସ ମୋଡ ଥିବା ସ୍ମାର୍ଟଓ୍ଵାଚ, ଦାମ ୪ ହଜାର ଟଙ୍କାରୁ ବି କମ୍‌

ଭାରତରେ Realme ସ୍ମାର୍ଟଓ୍ଵାଚ ଲଞ୍ଚ କରିଛି। ଏହା ଭାରତରେ ରିଅଲ ମି କମ୍ପାନୀର ପ୍ରଥମ ସ୍ମାର୍ଟଓ୍ଵାଚ। ଏହି ଘଣ୍ଟାରେ ୧୨ ବିଲ୍ଟ ଇନ ଓ୍ଵାଚ ଏବଂ ୨୪ ଘଣ୍ଟା ହାର୍ଟ ରେଟ ମନିଟରିଂ କରିବାର ଫିଚର ରହିଛି। ଏହାଛଡା ଏହି ଘଣ୍ଟା ବ୍ଲଡ ଅକ୍ସିଜେନ ଲେବର ମଧ୍ୟ ଡିକ୍ଟେଟ କରିପାରିବ।

real me

ଏହାକୁ ବ୍ଲାକ କଲରରେ ଲଞ୍ଚ କରାଯାଇଛି। ଏହାଛଡା କ୍ଲାସିକ ଡିଜାଇରେ ରିଅଲମି ଓ୍ଵାଚ ସହିତ ସିଲିକନ ଷ୍ଟ୍ରିପ୍ସରେ ଫ୍ୟାଶନ ଡିଜାଇରେ ବ୍ଲାକ, ବ୍ଲୁ , ରେଡ ଏବଂ ଗ୍ରୀ କଲର ବ୍ୟାଣ୍ଡ ମଧ୍ୟ ରହିଛି। ଏହି ଘଣ୍ଟାର ମୂଲ୍ୟ ୪ ହଜାରରୁ କମ୍‌ ଅର୍ଥାତ୍‌ ୩,୯୯୯ ଟଙ୍କା ରହିଛି। ଏହି ଘଣ୍ଟା ଫ୍ଲିପକାର୍ଟ ଏବଂ ରିଅଲମିର ଅଫିସିଆଲ େଓ୍ଵବସାଇଟରେ ୫ ଜୁନରୁ ଉପଲବ୍ଧ ହେବ।

ଏହି ସ୍ମାର୍ଟଓ୍ଵାଚରେ ୧୪ଟି ସ୍ପୋର୍ଟସ ମୋଡ ରହିଛି। ଏହି ଘଣ୍ଟା ଆପଣ କ’ଣ କରୁଛନ୍ତି, ତାହା ପତ୍ତା ଲଗାଇଦିଏ। ଏହାଛଡା ଏହି ଘଣ୍ଟାରେ ହାର୍ଟ ରେଟ ସେନସର, ରୋଟର ଭାଇବ୍ରେସନ ମୋଟର, ବ୍ଲୁଟୁଥ ୫.୦, ଆଉନଡୋର ରନ, ଓ୍ଵାକ, ଅଟୋମେଟେଡ ହାର୍ଟ ରେଟ ମେଜରମେଣ୍ଟ, ବ୍ଲଡ ଅକ୍ସିଜେନ ମେଜରମେଣ୍ଟ ପ୍ରଭୃତି ବହୁତ କିଛି ଫିଚର୍ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.