କରୋନା ଯୋଦ୍ଧା ବିଷ୍ଣୁ : କେବେ ବି ଶ୍ମଶାନ ଯାଇନଥିବା ବ୍ୟକ୍ତି ଏବେ କରୁଛନ୍ତି କରୋନା ମୃତକଙ୍କ ଅନ୍ତିମ ସଂସ୍କାର

କରୋନା ଯୋଦ୍ଧା, ଏମିତି ନାଁ, ଯିଏକି କରୋନା ଭାଇରସ ସହିତ ସିଧାସଳଖ ଭାବେ ଲଢୁଛନ୍ତି। ଏହି ଯୁଦ୍ଧରେ ନିଜ ଜୀବନକୁ ପାଣି ଛଡାଇ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସକର୍ମୀ, ମିଡିଆ କର୍ମଚାରୀ ଆଉ ବିଷ୍ଣୁ। ଆପଣ ଭାବୁଥିବେ ଭଗବାନ ବିଷ୍ଣୁ ପୁଣି କ’ଣ କଲେ। କିନ୍ତୁ ଏଠାରେ ଆମେ କୌଣସି ଭଗବାନ ନୁହେଁ ମଣିଷ ରୂପୀ ବିଷ୍ଣୁଙ୍କୁ ବିଷୟରେ କହୁଛୁ। ଲୋକମାନେ ବିଷ୍ଣୁଙ୍କୁ ଏବେ କରୋନା ଯୋଦ୍ଧା ନାମରେ ଡାକୁଛନ୍ତି। ଏହି ବ୍ୟକ୍ତିଙ୍କର ନାମ କରୋନା ଯୋଦ୍ଧା ନାମରେ ଏଥିପାଇଁ ଯୋଡା ଯାଇଛି, କାହିଁକି ନା ସେ କରୋନା ସଂକ୍ରମିତ ମୃତକଙ୍କ ଅନ୍ତିମ ସଂସ୍କାର କରନ୍ତି।

corona 11

ସୂଚନାଯୋଗ୍ୟ, ବିଷ୍ଣୁ ଜୟପୁରରେ ବସବାସ କରନ୍ତି। ତେବେ ତାଙ୍କ ନାମ କରୋନା ଯୋଦ୍ଧା ତାଲିକାରେ ରହିବା ପଛର କାରଣ ହେଉଛି ସେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁର ଶିକାର ହେଉଥିବା ଲୋକଙ୍କ ଅନ୍ତିମ ସଂସ୍କାର ବିନା ବାଧାରେ କରି ଆସୁଛନ୍ତି। ଜୟପୁରରେ ରହୁଥିବା ବିଷ୍ଣୁଙ୍କ ସହିତ ତାଙ୍କର ପୂରା ଟିମ୍ ରହିଛନ୍ତି। ବର୍ତ୍ତମାନ କରୋନା ମହାମାରୀକୁ ନେଇ ଯେଭଳି ପରିସ୍ଥିତ ସୃଷ୍ଟି ହୋଇଛି, ଏହାରି ଭିତରେ ଯଦି କୌଣସି ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉଛି ତେବେ ତାଙ୍କର ପରିବାର ଅନ୍ତିମ ସଂସ୍କାର ତ ଦୂରର କଥା ମୃତଦେହକୁ ନେବାକୁ ସୁଦ୍ଧା ଆସୁ ନାହାନ୍ତି। ଏଭଳି ପରିସ୍ଥିତିରେ ବିଷ୍ଣୁ ଓ ତାଙ୍କର ଟିମ୍ କୌଣସି କରୋନା ମୃତକଙ୍କ ଜାତି ଧର୍ମ ନ ଦେଖି ସେମାନଙ୍କ ଅନ୍ତିମ ସଂସ୍କାର କରି ଥାଆନ୍ତି। ଏଯାତ ବିଷ୍ଣୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ୫୩ରୁ ଉର୍ଦ୍ଧ୍ୱ ଜଣଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି। କେବଳ ହିନ୍ଦୁ ନୁହେଁ, ବିଷ୍ଣୁ ଏପର୍ଯ୍ୟନ୍ତ ୧୫ ଜଣ ମୁସଲମାନଙ୍କ ଶବକୁ ସଂସ୍କାର କରିସାରିଛନ୍ତି।

funeral

ବିଷ୍ଣୁ କହନ୍ତି, ‘ଶବଗୁଡ଼ିକର ଅନ୍ତିମ ସଂସ୍କାର କରିବା ଏବେ ମୋର ଏକ ଧର୍ମ ହୋଇଯାଇଛି। ଜୀବନରେ କେବେ ବି ଶ୍ମଶାନ ଯାଇନଥିବା ବିଷ୍ଣୁ ଏବଂ ତାଙ୍କ ଟିମ୍‌ ଏପର୍ଯ୍ୟନ୍ତ ୬୮ ଲୋକଙ୍କ ସଂସ୍କାର କରିସାରିଲେଣି। କିନ୍ତୁ ଏବେ ମୁଁ ଓ ମୋର ଦଳ କବର ଖୋଳି କରୋନାରେ ମୃତ୍ୟୁ ହେଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରୁଛୁ।’ ସ୍ଥିତି ଏଭଳି ହୋଇଛି ଯେ, ଲୋକ ନିଜ ମୃତକଙ୍କ ଅସ୍ଥି ନେବା ପାଇଁ ମଧ୍ୟ ଆସୁନାହାନ୍ତି। ପ୍ରତ୍ୟେକ ଦିନ ବିଷ୍ଣୁ ଏବଂ ତାଙ୍କ ଟିମ୍‌ ପ୍ରାର୍ଥନା କରୁଛନ୍ତି କି, କେବେ ବି କାହାର ଏମିତି ଅନ୍ତିମ ସଂସ୍କାର ନହେଉ। ବିଷ୍ଣୁଙ୍କ ଏପରି କାର୍ଯ୍ୟକୁ ନେଇ ସମସ୍ତେ ବହୁତ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.