ନମ୍ବର ସେଭ୍‌ କରିବାକୁ ଆଉ କରିବାକୁ ପଡ଼ିବନି ଟାଇପ୍‌, କେବଳ ସ୍କାନ୍‌ କଲେ ହୋଇଯିବ ସେଭ୍‌

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଭଳି ନୂଆ ଫିଚର ଆସିଛି। ଏବେ ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ଆପଣଙ୍କୁ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ। କେବଳ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଦେଲେ ହିଁ ନୂଆ ନମ୍ବର ସେଭ୍‌ ହୋଇଯିବ। ଏହି ନୂଆ ଫିଚରକୁ ହ୍ଵାଟ୍ସଆପ୍‌ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ର ଲାଟେଷ୍ଟ ବିଟା ଭର୍ସନ୍‌ରେ ଦେବା ଆରମ୍ଭ କରିଛି। ଖୁବ୍‌ଶୀଘ୍ର ସାଧାରଣ ଭର୍ସନ୍‌ରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି।

How to use WhatsApp on your PC without using WhatsApp Web ...

ଏମିତି କାମ କରିବ ଏହି ଫିଚର:

ଏହି ନୂଆ ଫିଚର ଆସିବା ପରେ ହ୍ଵାଟ୍ସଆପ୍‌ ୟୁଜରଙ୍କୁ କଣ୍ଟାକ୍ଟ ନମ୍ବର QR କୋଡ୍‌ ଭାବରେ ଦେଖାଇବ। ଏହି କୋଡ୍‌ରେ ଆପଣଙ୍କ ନମ୍ବର ଗୁପ୍ତ ଭାବେ ରହିଥିବ। କୌଣସି ନମ୍ବରକୁ ହ୍ଵାଟ୍ସଆପ୍‌ରେ ଯୋଡ଼ିବାକୁ ଚାହିଁଲେ କେବଳ QR କୋଡ୍‌କୁ ସ୍କାନ୍‌ କରିବାକୁ ପଡ଼ିବ। ବିଟା ଭର୍ସନ୍‌ରେ QR କୋଡ୍‌ ଦେଖିବାକୁ ଓ ସ୍କାନ୍‌ କରିବା ଅପ୍‌ସନ୍‌ ହ୍ଵାଟ୍ସଆପ୍‌ର QR ରେ ଦିଆଯାଇଛି।

whatsapp

ୟୁଜର ସେଟିଂ ଉପରେ କ୍ଲିକ୍‌ କଲେ ପ୍ରୋଫାଇଲ୍‌ କଡ଼ରେ QR କୋଡ୍‌ର ଅପ୍‌ସନ୍‌ ଦେଖାଇବ। ଏହା ଉପରେ ଟାଇପ୍‌ କରିବା ପରେ ନିଜର QR କୋଡ୍‌ ଦେଖାଇବ। ଯଦି କେହି ଆପଣଙ୍କ ନମ୍ବରକୁ ସେଭ୍‌ କରିବାକୁ ଚାହିଁବ ତେବେ ଏହି QR କୋଡ୍‌ ସ୍କାନ୍‌ କରି ସିଧାସଳଖ ସେଭ୍‌ କରିପାରିବ। ତାଙ୍କୁ ଆଉ ନମ୍ବର ଟାଇପ୍‌ କରିବା ଆବଶ୍ୟତା ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.