‘ହିମୋଫିଲିଆ’ ଯାହା କରୋନା ଭାଇରସ ଭଳି ଏକ ଖତରନାକ ରୋଗ, ଏଥିରେ ପ୍ରଥମ ଶିକାର ହୋଇଥିଲେ ଏହି ଦେଶର ମହାରାଣୀ

ମହାରାଣୀ ଭିକ୍ଟୋରିଆଙ୍କୁ କିଏ ବା ଜାଣିନି। ଇଏ ଥିଲେ ବ୍ରିଟେନର ମହାରାଣୀ। ସେ ଦୁନିଆର ପ୍ରାୟ ୪୦ କୋଟିରୁ ବି ଅଧିକ ଲୋକଙ୍କ ଉପରେ ରାଜ କରୁଥିଲେ। ତାଙ୍କ ସମୟ(୧୮୩୭-୧୯୦୧)ରେ ହିଁ ବ୍ରିଟେନ ଏକ ବିଶ୍ଵ ଶକ୍ତି ଭାବରେ ଜଣାଶୁଣା ଥିଲା। ଏଥିସହିତ ମହାରାଣୀ ଭିକ୍ଟୋରିଆଙ୍କୁ ମଧ୍ୟ ଅନ୍ୟ ଏକ କାରଣ ପାଇଁ ଜଣା ଯାଉଥିଲା। ସେହି କାରଣ ହେଉଛି ଜୀବନ ନାଶକ ରୋଗ। କୁହାଯାଉଥିଲା ଯେ ମହାରାଣୀ ଏହି ଖତରନାକ ରୋଗରେ ପ୍ରଥମେ ଶିକାର ହୋଇଥିଲେ ଏବଂ ସେହିପର ଠାରୁ ଏହି ରୋଗକୁ ‘ରାୟଲ ଡିଜିଜ’ କୁହାଗଲା।

ମହାରାଣୀ ଭିକ୍ଟୋରିଆ ହିମୋଫିଲିଆରେ ଶିକାର ହୋଇଥିଲେ। ଏହା ବିଷୟରେ ସେତେବେଳେ ଜଣାପଡିଲା ଯେତେବେଳେ ବ୍ରିଟିଶର ରାଜ ପରିବାର ସଦସ୍ୟ ଜଣଙ୍କ ପରେ ଜଣେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହେବାକୁ ଲାଗିଲେ। ରାଜ ପରିବାରର ଅନେକ ସଦସ୍ୟ ହିମୋଫିଲିଆରେ ପୀଡିତ ହେବା କାରଣରୁ ଏହାକୁ ‘ରାୟଲ ଡିଜିଜ’ ନାମରେ ଜଣା ଯାଉଥିଲା।

raniମହାରାଣୀ ଭିକ୍ଟୋରିଆଙ୍କର ଦୁଇ ଝିଅ ଏବଂ ଜଣେ ପୁଅ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ତାଙ୍କ ପୁଅ ପ୍ରିନ୍ସ ଲୀୟୋପୋଲଦଙ୍କର ମୃତ୍ୟୁ ଏକ ଦୁର୍ଘଟଣା ପରେ ରକ୍ତସ୍ରାବ କାରଣରୁ ହୋଇଥିଲା। ସେହି ସମୟରେ ତାଙ୍କ ବୟସ ମାତ୍ର ୩୦ ବର୍ଷ ହୋଇଥିଲା। ଏହାପରେ ଯେତେବେଳେ ମହରାଣୀଙ୍କ ଦୁଇ ଝିଅଙ୍କ ବିବାହ ଅଲଗା ଅଲଗା ଦେଶର ରାଜା ଏବଂ ରାଜକୁମାରଙ୍କ ସହିତ ହେଲା, ସେତେବେଳେ ଏହି ରୋଗ ଅନୁବଂଶୀକ ଭାବରେ ଅନ୍ୟ ଦେଶକୁ ବ୍ୟାପିଗଲା। ସେଥିପାଇଁ ଆଜିର ଦିନରେ ଅନେକ ଲୋକ ହିମୋଫିଲିଆ ରୋଗରେ ପୀଡ଼ିତ ଅଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହିମୋଫିଲିଆ ଏକ ଅନୁବଂଶୀକ ରୋଗ ଅଟେ। ଯେଉଁଥିରେ ଶରୀର ବାହାରେ ସ୍ରାବ ହେଉଥିବା ରକ୍ତ ଜମି ହୋଇ ରହେନାହିଁ। ଏହା ରୋଗ ଆଘାତ ଲାଗିବା ଦ୍ୱାରା ହେଉ କିମ୍ବା ଦୁର୍ଘଟଣାରେ ଆହତ ସ୍ଥିତିରେ ହେଉ ଏହା ପ୍ରଣାହାନି ପ୍ରମାଣିତ ହୋଇପାରେ। ଏହାକୁ ‘କ୍ଲାଟିଂ ଫ୍ୟାକ୍ଟର’ କୁହାଯାଏ। ଏହି ପ୍ରୋଟିନର ବିଶେଷତଃ ହେଉଛି ଏହା ବହୁଥିବା ରକ୍ତକୁ ଜମାଟ କରି ଏହାକୁ ବହିବାକୁ ଦିଏନାହିଁ।

ସାଧାରଣତଃ ଏହି ରୋଗ ପୁରୁଷଙ୍କୁ ହୋଇଥାଏ, କିନ୍ତୁ ଏହା ସ୍ତ୍ରୀ ମାନଙ୍କ ଦ୍ୱାରା ହିଁ ବ୍ୟାପିଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ରୋଗ ପିଢ଼ି ପରେ ପିଢ଼ି ପର୍ୟ୍ଯନ୍ତ ଚାଲିଥିବ। ଯଦିଓ ଏହି ରୋଗରେ ପୀଡିତ ଲୋକଙ୍କ ସଂଖ୍ୟା ଭାରତରେ ବହୁତ କମ ରହିଛି। ଏହା ବିଷୟରେ ଲୋକଙ୍କୁ ଜାଗୃକତା କରିବା ପାଇଁ ପ୍ରତି ବର୍ଷ ୧୭ ଏପ୍ରିଲ ଦିନ ‘ବିଶ୍ଵ ହିମୋଫିଲିଆ ଦିବସ’ ଭାବରେ ପାଳନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.