Below header

ଆଜି ହିଁ କିଣନ୍ତୁ ୬,୭୯୯ ଟଙ୍କାରେ Redmi 9A ଫୋନ, ପାଇବେ ଏସବୁ ସୁବିଧା

ସାଓମିର ସ୍ମାର୍ଟଫୋନ Redmi 9A ଆଜି ଅର୍ଥାର୍ତ ୨୯ ସେପ୍ଟେମ୍ଭରରୁ ପୁଣି ଥରେ କିଣିବାର ସୁଯୋଗ ପାଇପାରିବେ। ଆଜିଠାରୁ ପୁଣି ଥରେ Redmi 9A ଆମାଜନ୍‌ ଇଣ୍ଡିଆ ଏବଂ ସାଓମି ଇଣ୍ଡିଆର ଅଧିକାରିକ ୱେବସାଇଟରେ ଉପଲବ୍ଧ ହେବ। ସୂଚନା ମୁତାବକ Redmi 9A ଚଳିତ ମାସର ଆରମ୍ଭରେ ଲଞ୍ଚ କରାଯାଇଛି। ଏହି ଫୋନ ୩ଟି କଲର୍‌ ଓ୍ଵାରିୟଣ୍ଟ ସହ ପାଇପାରିବେ। Redmi 9A ର ଖାସିୟତ କଥା କହିବାକୁ ଗଲେ ଏଥିରେ 5000mAh ର ବଡ ବ୍ୟାଟେରୀ ସହ ଆକ୍ଟାକୋର ମିଡିୟାଟେକ୍‌ ହିଲିୟୋ G25 ପ୍ରୋସେସର ରହିଛି।

Redmi 9A ରେ ଆଣ୍ଡ୍ରୋଏଡ୍‌ ୧୦ ଆଧାରିତ MIUI 11 ପାଇବେ। ଏହାବ୍ୟତୀତ ଏଥିରେ ୬.୫୩ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି, ଯାହାର ଡିଜାଇନ୍‌ ଓ୍ଵାଟରଡ୍ରପ୍‌ ରହିଛି। ଏହାବ୍ୟତୀତ ଏହି ଫୋନରେ ମିଡିଆଟେକ୍‌ ର ଆକ୍ଟାକୋର ହିଲିୟୋ G25 ପ୍ରୋସେସର ରହିବା ସହ ୨/୩ ଜିବି ରମ୍‌ ଏବଂ ୩୨ ଜିବି ର ଷ୍ଟୋରେଜ୍‌ ରହିଛି।

redmi note 9aକ୍ୟାମେରା କଥା କହିବାକୁ ଗଲେ ଏହି ଫୋନରେ ୧୩ ମେଗାପିକ୍ସଲର ରିୟର କ୍ୟାମେରା ରହିଛି, ଯାହାର ଅପର୍ଚର f/2.2। ସେହିଭଳି ସେଲ୍ଫି ପାଇଁ ୫ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି, ଯାହାର ଅପର୍ଚର f/2.2 ରହିଛି। ଏଥିରେ ରିୟର କ୍ୟାମେରା ସହ ଫ୍ଲାସ ଲାଇଟ୍‌ ମଧ୍ୟ ରହିଛି।

Redmi 9A ରେ 5000mAh ର ବଡ ବ୍ୟାଟେରୀ ରହିଛି, ଯାହା ୧୦ ଓ୍ଵାଟ୍‌ ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଏହି ବ୍ୟାଟେରୀକୁ ନେଇ କମ୍ପାନୀ ୨ ଦିନ ବ୍ୟାକଅପ୍‌ ଦାବି ମଧ୍ୟ କରିଛି। ଏହା ବ୍ୟତୀତ କମ୍ପାନୀ ଦାବି କରିଛି ୩ ବର୍ଷ ପର୍ଯ୍ୟନ୍ତ ଏହି ବ୍ୟାଟେରୀର କ୍ଷମତା କମ ହେବ ନାହିଁ। Redmi 9A ର ୨ ଜିବି ରମ୍‌ ଏବଂ ୩୨ ଜିବି ଷ୍ଟୋରେଜ୍‌ ଓ୍ଵାରିୟଣ୍ଟର ମୂଲ୍ୟ ୬,୭୯୯ ଟଙ୍କା ଏବଂ ୩ ଜିବି ରମ୍‌ ସହ ୩୨ ଜିବି ଷ୍ଟୋରେଜ୍‌ ଓ୍ଵାରିୟଣ୍ଟର ମୂଲ୍ୟ ୭,୪୯୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.