ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ଲାଭ ବଦଳରେ ହୋଇପାରେ କ୍ଷତି

ଭାରତୀୟ ସଂସ୍କୃତିରେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । ପ୍ରତିଟି ହିନ୍ଦୁ ପରିବାରରେ ଏହି ନୀତି ପ୍ରଚଳିତ ରହିଥିବାର ଦେଖାଯାଏ । ବିଶ୍ୱାସ କରାଯାଏକି, ନିୟମିତ ଭାବରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଅନେକ ଫାଇଦା ମିଳିଥାଏ । ପରିବାରକୁ ଶୁଭ ଫଳ ପ୍ରାପ୍ତ ହେଉଥିବା ନେଇ ବିଶ୍ୱାସ ରହିଛି । କିନ୍ତୁ ଶାସ୍ତ୍ର ଅନୁଯାୟୀ, ସକାଳ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେଉଥିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ । ଏହି ସମୟରେ ଯଦି କିଛି ବି ଭୁଲ ହୋଇଯାଏ, ତେବେ ଭଗବାନ ପ୍ରସନ୍ନ ହେବା ବଦଳରେ ରୁଷ୍ଟ ହୋଇଯାନ୍ତି, ଲାଭ ବଦଳରେ କ୍ଷତି ହୋଇଥାଏ । ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ସୂର୍ଯ୍ୟଙ୍କୁ ଶାନ୍ତି ଓ ଶାଳୀନତାର ପ୍ରତୀକ ଭାବରେ ଧରାଯାଏ । ଏଣୁ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବା ସମୟରେ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ତେବେ ଆସନ୍ତୁ ସେଦିଗରେ ଆଜି ଏକ ଦୃଷ୍ଟି ପକାଇବା ।

– ସୂର୍ଯ୍ୟଙ୍କୁ ଜଳ ଚଢ଼ାଇବା ପାଇଁ ପ୍ରତିଦିନ ସକାଳ ସମୟରେ ସ୍ନାନ ସାରି ଏକ ତମ୍ବା ପାତ୍ରରେ ଜଳ ଭରି କରି ସେଥିରେ କିଛି କୁମକୁମ ଓ ଚାଉଳ ମିଶାଇବା ଉଚିତ । ଧ୍ୟାନରେ ରଖିବେ ଯେମିତି ଏହି ଜଳ କାହା ପାଦରେ ନପଡେ଼ ।

sun

– ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ଉଚ୍ଚାରଣ କରିବା ଲାଭଦାୟକ ହୋଇଥାଏ । ଏମିତି କରିବା ଦ୍ୱାରା ସୂର୍ଯ୍ୟ ଦେବା ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ କରୁଥିବା ନେଇ ବିଶ୍ୱାସ ରହିଛି ।

– ଯେଉଁ ମାନଙ୍କ ରାଶିରେ ସୂର୍ଯ୍ୟ ଦୁର୍ବଳ ସ୍ଥିତିରେ ଅଛନ୍ତି । ସେହିମାନେ ବିଶେଷ କରି ଏହି ନିୟମ ମାନ ପାଳନ କରିବା ନିହାତି ଜରୁରୀ । ଏହାଦ୍ୱାରା ସେମାନଙ୍କ ଆତ୍ମବିଶ୍ଵାସ ବଢିଥାଏ ।

– ସୂର୍ଯ୍ୟର୍ଘ୍ୟ ଦ୍ୱାରା ସମାଜରେ ମାନ ସମ୍ମାନ, ପ୍ରତିପତ୍ତି ବଢୁଥିବା ନେଇ ମଧ୍ୟ ବିଶ୍ୱାସ ରହିଛି । କିନ୍ତୁ ଏହି ସମୟରେ ପୂର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.