ଆଇପିଏଲ୍‌ ୨୦୨୦: ଡେଭିଡ ଓ୍ଵାର୍ନରଙ୍କ ଧମାକା ନା ଶ୍ରେୟସ ଅୟରଙ୍କ ଦମ୍‌, ଆଜି ଦେଖିବାକୁ ମିଳିବ ଜବରଦସ୍ତ ମ୍ୟାଚ

ଇଣ୍ଡିଆନ ପ୍ରିମିଅର ଲିଗ୍‌(IPL) ୨୦୨୦ର ଦଶମ ମ୍ୟାଚ ମଙ୍ଗଳବାର ଅର୍ଥାତ୍‌ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ପୂର୍ବରୁ ଦିଲ୍ଲୀ ଟିମ୍‌ ନିଜର ଦୁଇଟି ମ୍ୟାଚ ଜିତିସାରିଥିବା ବେଳେ ହାଇଦ୍ରାବାଦ କିଛି ବି ମ୍ୟାଚ ଜିତିନାହିଁ। ଦିଲ୍ଲୀ ଟିମ୍‌ ବେଶ ଦମଦାର ଜୋସରେ ନଜର ଆସିଛି। ସେହିପରି ହାଇଦ୍ରାବାଦ ଟିମ୍‌ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି। ଟିମ୍‌ର ମିଡଲ ଅର୍ଡର ଖେଳାଳି ବେଶ ଭଲ ନଥିବା ବେଳେ ସମସ୍ତ ଭାର ଖେଳର ଓପନରଙ୍କ ଉପରେ ରହିଛି।

ଦିଲ୍ଲୀର ବୋଲିଂ ବହୁତ ମଜବୁତ ଥିବା ବେଳେ ହାଇଦ୍ରାବାଦର ମିଡିଲି ଅର୍ଡର ବ୍ୟାଟ୍ସମ୍ୟାନ ଖରାପ ରହିଛନ୍ତି। ତେଣୁ ଏହା ମ୍ୟାଚ ଉପରେ ବେଶ ପ୍ରଭାବ ପକାଉଛି। ହାଇଦ୍ରାବାଦ ନିଜର ଟିମ୍‌ ଚୟନକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛି।

match

ସମ୍ଭାବ୍ୟ ହାଇଦ୍ରାବାଦ ଦଳ: ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ୍ ଆୟର (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ସ’, ସିମରନ୍ ହେଟମେର, କାଗିସୋ ରବାଦା, ଅମିତ ମିଶ୍ର, ଅକ୍ଷର ପଟେଲ, ଋଷବ ପନ୍ତ, ଆଲେକ୍ସ କେରି, ମାର୍କସ ଷ୍ଟୋଇନିସ୍, ମୋହିତ ଶର୍ମା।