Below header

ନୂଆ ନାଁରେ ବଜାରକୁ ଆସିବ Redmi Note 11 ସିରିଜ, ଦେଖନ୍ତୁ କଣ ରହିଛି ସ୍ପେଶାଲ ଫିଚର୍ସ

ସାଓମି କମ୍ପାନୀ ନିକଟରେ  Redmi Note 11 ସିରିଜ ଲଞ୍ଚ କରିଛି । ଖୁବ ଶୀଘ୍ର କମ୍ପାନୀ ଭାରତରେ ଏହି ମଡେଲକୁ ଲଞ୍ଚ କରିବା ନେଇ ଲକ୍ଷ ରଖିଛି । କିନ୍ତୁ ଭାରତରେ Redmi Note 11 ସିରିଜକୁ ନୂଆ ନାଁରେ ଲଞ୍ଚ କରିବା ନେଇ ଲକ୍ଷ ରଖିଛି । Redmi Note 11 Pro ଓ Redmi Note 11 Pro+ ଦୁଇ ନାଁରେ ହିଁ ଭାରତରେ ଲଞ୍ଚ କରାଯିବ । ବିଶେଷ ସୂତ୍ରରୁ ଜଣାଯାଇଛିଯେ Redmi Note 11 ସିରିଜ, Redmi Note 11T 5G ନାଁରେ ଲଞ୍ଚ ହେବ । ଯାହାର କୋଡ଼ ନାଁ “evergo” ରଖାଯାଇଛି । ଆଉ ଜଣେ ଟିପ ଷ୍ଟାରଙ୍କ କହିବା ଅନୁଯାୟୀ Poco M 4 Pro 5Gକୁ “evergreen” ନାଁରେ କୋଡ଼ କରାଯିବ । ଯେବେକି Redmi Note 10T 5Gର କୋଡ଼ “evergoin” ରଖାଯିବ । Redmi Note 11ର ସ୍କ୍ରିନ 6.6 ଇଞ୍ଚ ସହ ଫୁଲ ଏଚଡ଼ି ଡିଷ୍ପ୍ଲେ ସୁବିଧା ରହିଛି । ଯେବେକି ଏହାର ରିଜୋଲୁସନ 90Hz ରହିବ । ଏହା ବ୍ୟତୀତ ଏଥିରେ media tek dimensity ୮୧୦ ପ୍ରୋସେସର, ୮ GB RAM ସହ ୧୨୮
GB ଷ୍ଟୋରେଜ ସୁବିଧା ରହିଛି । ଫୋନରେ ଡୁଆଲ ରିଅର କ୍ୟାମେରା ସେଟଅପ ଥିବା ସହ ୫୦ ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ , ୮ ମେଗାପିକ୍ସଲର ସେକେଣ୍ଡାରୀ ଲେନ୍ସ ସମେତ ୧୬
ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି । ଏଥିରେ 5000mAh ବ୍ୟାଟେରୀ ଥିବା ସହ 33W ଫାଷ୍ଟ ଚାରଜିଙ୍ଗ ସପୋର୍ଟ ରହିଛି । ଫୋନକୁ IP53 ରେଟିଙ୍ଗ ମିଳିଛି ।

ଦୁଇଟି ଫୋନର ଅଧିକାଂଶ ଫିଚର ସମାନ ରହିଛି । ଉଭୟ Redmi Note 11 Pro ଓ Redmi Note 11 Pro+ ରେ ୬.୬୭ ଇଞ୍ଚର ଫୁଲ ଏଚଡ଼ି + AMOLED ଡିଷ୍ପ୍ଲେ ଥିବା ବେଳେ ଏହାର ରିଫ୍ରେଶ ରେଟ 120Hz ରହିଛି । ଅନ୍ୟ ପକ୍ଷରେ Redmi Note 11 Proରେ 5000mAh ବ୍ୟାଟେରୀ ସପୋର୍ଟ ସହ 67W ଫାଷ୍ଟ ଚାରଜିଙ୍ଗ ସୁବିଧା ରହିଛି । Redmi Note 11 Pro+ ରେ 4500 mAh ବ୍ୟାଟେରୀ ସହ ୧୨୦W ଫାଷ୍ଟ ଚାରଜିଙ୍ଗ ସପୋର୍ଟ ରହିଛି । ଉଭୟ Redmi Note 11 Pro ଓ Redmi Note 11 Pro+ ରେ ମେଡିଆ ଟେକ ଡାଇମେନସିଟି ୯୨୦ ପ୍ରୋସେସର ରହିଛି । ଯେଉଁଥିରେ ୮ GB RAM ସୁବିଧା ରହିଛି | ଏଥିରେ ୨୫୬ GB ଷ୍ଟୋରେଜ ଫ୍ୟାସିଲିଟି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.