ଅର୍ନାମେଣ୍ଟାଲ କ୍ୟାବେଜ୍‌ ! ମନ ମୋହୁଥିବା କୋବିକୁ ଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ

ଶୀତଦିନେ ଆସିଗଲେ କୋବିର ଚାହିଦା ବଢିଯାଏ। ଥଣ୍ଡା ଦିନ ଆସିବା ମାତ୍ରେ ଲୋକେ ପ୍ରତିଦିନ ଘରେ କୋବିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରନ୍ତି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଥରେ ଏହି ଫଟୋକୁ ଦେଖିନ୍ତୁ। ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ ! ଏଇଟା କ’ ଣ ବୋଲି ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ। ଫୁଲ କି କୋବି ! ଆପଣ ହୁଏତ କେବେ ଏମିତି ରଂଗୀନ ଫୁଲ ଭଳି ଦେଖାଯାଉଥିବା କୋବି ହୁଏତ ଦେଖିନଥିବେ।

ଆଖିକୁ ସୁନ୍ଦର ଦେଖାଯାଉଥିବା ଏହି କୋବି କିନ୍ତୁ ଖାଇବା ପାଇଁ ନୁହେଁ। ଏହା କେବଳ ସାଜସଜା ପାଇଁ ରଖାଯାଏ। ଏହି କୋବି ପତ୍ରକୋବି, ଫୁଲକୋବି ଏବଂ ବ୍ରୋକଲି ପ୍ରଜାତିର। କିନ୍ତୁ ଏହାକୁ ଖାଇବା ମନା। ଏହାକୁ କେବଳ ସାଜସଜା ହେବା ପାଇଁ ଚାଷ କରାଯାଏ।

kobi
PC: News 18

 

ଏହାର ବୈଜ୍ଞାନିକ ନାମ ହେଉଛି ଅର୍ନାମେଣ୍ଟାଲ କ୍ୟାବେଜ। ୨୦ଶ ଶତାବ୍ଦୀରେ ଆମେରିକାର କୃଷି ବିଭାଗର ଲୋକଙ୍କୁ ଚୀନ ଏବଂ ଜାପାନକୁ ପଠାଇ କିଛି ନୂଆ ଗଛ ଲଗାଇବାର ଦାୟିତ୍ୱ ଦିଆଯାଇଥିଲା। ସେଠାରେ ବିଶେଷଜ୍ଞଙ୍କୁ ଏହି କୋବି ପସନ୍ଦ ଆସିଯାଇଥିଲା, ଯାହା ଆମେରିକା ମାର୍କେଟରେ ୧୯୩୬ ମସିହାରୁ ବିକ୍ରି ହେବାକୁ ଲାଗିଲା।

ଏହି ଅର୍ନାମେଣ୍ଟାଲ କ୍ୟାବେଜ ବାଇଗଣି, ଗୋଲାପୀ କିମ୍ବା ଧଳା ରଙ୍ଗର ହୋଇଥାଏ। ଏହା ଥଣ୍ଡା ଦିନରେ ଉତ୍ପାଦନ କରାଯାଏ। ଏହାକୁ ଉତ୍ପାଦନ କରିବା ପାଇଁ ସର୍ବନିମ୍ନ ୧୫ ଡିଗ୍ରୀ ତାପମାତ୍ରା ରହିବା ଦରକାର। ଏହାକୁ ଖାଇବା ପାଇଁ ନୁହେଁ ବରଂ ବଗିଚାର ସୌନ୍ଦର୍ଯ୍ୟ ପାଇଁ ବଢାଯାଏ। ଏହାର ସ୍ୱାଦ ଭୟଙ୍କର ପିତା ରହିଥାଏ ବୋଲି ଏହାକୁ ଖାଇବାକୁ ମନା କରାଯାଏ।

Leave A Reply

Your email address will not be published.