ବିରାଟ କୋହଲିଙ୍କ ୯ ମାସର ଝିଅକୁ ଦୁଷ୍କର୍ମ ଧମକ ଘଟଣା: ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦିଲ୍ଲୀ ମହିଳା କମିଶନଙ୍କ ଦାବି

କେନ୍ୟୁଜ୍(ବ୍ୟୁରୋ):  ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲିଙ୍କ ୯ ମାସର ଝିଅକୁ ଦୁଷ୍କର୍ମ ଧମକ । ଟ୍ଵିଟରରେ ଧମକ ମିଳିବା ଘଟଣାକୁ ଗମ୍ଭୀରତାର ସହ ନେଇଛି ଦିଲ୍ଲୀ ମହିଳା କମିଶନ । ଘଟଣାକୁ ସଂଜ୍ଞାନକୁ ନେବା ସହ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ କହିଛି DCW । ତଦନ୍ତର ଅଗ୍ରଗତି ସଂପର୍କରେ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଛି । ଏଫଆଇଆର କପି, ଅଭିଯୁକ୍ତର ପୂରା ବିବରଣୀ ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ମାଗିଛି DCW ।

ଯଦି ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ, ତେବେ ଗିରଫ ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ନଭେମ୍ବର ୮ ସୁଦ୍ଧା ରିପୋର୍ଟ ଦେବାକୁ ଦିଲ୍ଲୀ ପୋଲିସକୁ ନୋଟିସ ଦେଇଛି ଦିଲ୍ଲୀ ମହିଳା କମିଶନ । ବିରାଟ କୋହଲିଙ୍କୁ ଟ୍ଵିଟରରେ ଧମକ ଆସିଥିଲା । କିନ୍ତୁ ଏହି ଟ୍ଵିଟର ହ୍ୟାଣ୍ଡେଲ ଡିଲିଟ୍‌ ହୋଇଯାଇଛି । ଏକ ପାକିସ୍ତାନୀ ଆକାଉଣ୍ଟରୁ ଟ୍ଵିଟ୍‌ କରାଯାଇଥିବା ସଂଦେହ କରାଯାଉଛି । ପାକିସ୍ତାନ ବିପକ୍ଷରେ ଟି-ଟେ୍ଵଣ୍ଟି ମ୍ୟାଚ୍‌ ହାରିବା ପରେ ମହମ୍ମଦ ସାମିଙ୍କୁ ସମର୍ଥନ ନେଇ ବିରାଟଙ୍କୁ ସୋସିଆଲ ମିଡିଆରେ ସମାଲୋଚନା ହୋଇଥିଲା।

Leave A Reply

Your email address will not be published.