Below header

କାବୁଲ ସେନା ହସ୍ପିଟାଲରେ ବଡ଼ ଧରଣର ବିସ୍ଫୋରଣ, ୧୫ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ଼ ଧରଣର ବିସ୍ଫୋରଣ । ସେ ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ବିସ୍ଫୋରଣ । କାବୁଲର ସେନା ହସ୍ପିଟାଲରେ ବିସ୍ପୋରଣ ହୋଇଛି । ଘଟଣାରେ ୧୫ ଜଣ ନିହତ ହୋଇଥିବା ସୂଚନା ମିଳିଛି । ଯେବେକି ପାଖାପାଖି ୩୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଇସଲାମିକ ଏମିରେଟ୍‌ ମୁଖପାତ୍ର ବିଲାଲ କରମୀଙ୍କ ସୂଚନା ଅନୁସାରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ୍‌ ହସ୍ପିଟାଲରେ ବିସ୍ପୋରଣ ହୋଇଥିଲା । ହସ୍ପିଟାଲରେ ୪୦୦ଟି ବେଡ଼ ସୁବିଧା ରହିଛି । ଏହାର କିଛି ସମୟ ପରେ ହସ୍ପିଟାଲ ପାଖରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ବିସ୍ପୋରଣ ସ୍ଥାନରେ ଗୁଳିମାଡ ହୋଇଥିବା ଖବର ମିଳିଛି । ଘଟଣା ପଛରେ ଆତଙ୍କବାଦୀ ସଂଗଠନ ISIS -Kର ହାତଥିବା କୁହାଯାଉଛି । ତାଲିବାନ ସରକାର କ୍ଷମତା ଦାଖଲ ପରେ ଆଫଗାନିସ୍ତାନରେ ହିଂସାକାଣ୍ଡ ବଢିବାରେ ଲାଗିଛି । ଗତ ୧୫ ତାରିଖରେ କାନ୍ଦାହାରରେ ଏକ ଶିଆ ମସଜିଦ୍‌ରେ ବିସ୍ଫୋରଣରେ ୩୨ ଜଣଙ୍କ ନିହତ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିଲେ ।

ସୂଚନା ଦେବା ଉଚିତ ହେବକି, ମଙ୍ଗଳବାର କାବୁଲ ସେନା ହସ୍ପିଟାଲରେ ଘଟିଥିବା ବଡ ଧରଣର ବିସ୍ଫୋରଣରେ ୩୪ ଜଣ ଆହତ ହୋଇଛନ୍ତି ।  ୪୦୦ ବେଡ଼ ବିଶିଷ୍ଟ ସର୍ଦାର ମହମ୍ମଦ ଦାଉଦ ଖାନ ହସ୍ପିଟାଲର ପ୍ରବେଶ ବାଟରେ ହିଁ ଏହି ବିସ୍ଫୋରଣ ଘଟିଥିଲା ।  ସେଠାରେ ସିକ୍ୟୁରିଟି ଅଧିକାରୀ ମାନଙ୍କୁ ନିଯୁକ୍ତି କରାଯାଇ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ସେ ବାବଦରେ ଜଣାଯାଇନାହିଁ ।  ଆଖପାଖର ଲୋକଙ୍କ ପକ୍ଷରୁ ଜାରି ହୋଇଥିବା ଫଟୋ ଗୁଡିକରେ ଦେଖାଯାଇଛି କାବୁଲର ମଧ୍ୟ ଭାଗରେ ହଠାତ ଏକ ବଡ ଆକାରର ଧୂଆଁ ଉଠିଥିଲା ।  ଆଫଗାନିସ୍ତାନ ଉପରେ ତାଲିବାନର ବିଜୟ ପରେ ଗୋଟେ ପଟେ ଗୋଟେ ଆକ୍ରମଣାତ୍ମକ ଘଟଣା ଘଟିବାରେ ଲାଗିଛି ।  ଏମିତି ବାରମ୍ବାର ବିସ୍ଫୋରଣ ସ୍ଥାନୀୟ ଅଧିବାସୀଙ୍କ ଭିତରେ ଭୟର ବାତାବରଣ ଖେଳାଇ ଦେଇଛି | ମସଜିତ ସମେତ ଅନ୍ୟାନ ସ୍ଥାନ ଗୁଡିକରେ ବାରମ୍ବାର ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି । ୨୦୧୭ ମସିହାରେ କାବୁଲର ଏକ ହସ୍ପିଟାଲରେ ବଡ ଧରଣର ବିସ୍ଫୋରଣ ଘଟିଥିବା ବେଳେ ଘଟଣାରେ ୩୦ ଲୋକଙ୍କର ଜୀବନ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.