Samsung ଲଞ୍ଚ୍‌ କଲା ତିନିଟି କ୍ୟାମେରାଯୁକ୍ତ ଶସ୍ତା ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ସାମସଙ୍ଗ୍‌ A ସିରିଜ୍‌ର ଏକ ନୂଆ ଫୋନ୍‌ Galaxy A20s ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ଥିବା ଟ୍ରିପଲ କ୍ୟାମେରା। କମ୍ପାନୀ ଭାରତରେ ଏହି ଫୋନ୍‌କୁ ଦୁଇଟି ରଙ୍ଗରେ ଲଞ୍ଚ୍‌ କରିଛି। ୩ ଜିବି ରାମ ସହ ୩୨ ଜିବିର ଷ୍ଟୋରେଜ୍‌ ଥିବା ଫୋନ୍‌ର ଦାମ୍‌ ୧୧,୯୯୯ ଟଙ୍କା ଥିବା ବେଳେ ୪ ଜିବି ରାମ ସହ ୬୪ ଜିବି ଷ୍ଟୋରେଜ୍‌ ଫୋନ୍‌ର ମୂଲ୍ୟ ୧୩,୯୯୯ଟଙ୍କା ରହିଛି। ଏହା ସାମ୍‌ସଙ୍ଗର ସବୁଠାରୁ ଶସ୍ତା ୩ଟି କ୍ୟାମେରା ଥିବା ଫୋନ।

ଏହାସହ ପଢନ୍ତୁ: ଏବେ ଗୁଗଲ୍‌ କହିବ ଆଖପାଖରେ କେଉଁଠାରେ ରହିଛି ସାର୍ବଜନୀନ ଶୌଚାଳୟ, ଜାରି ହେଲା ନୂତନ ଫିଚର

Galaxy A20s ର ଫିଚର:

Galaxy A20s ରେ ୬.୫ ଇଞ୍ଚର HD+ Infinity-V ଡିସପ୍ଲେ ଦିଆଯାଇଛି। ଯାହାର ରିଜଲ୍ୟୁସନ୍‌ ୭୨୦*୧୫୬୦ ପିକ୍ସେଲ। ଏହାର ଅନୁପାତ ୧୯:୫:୯। ଫୋନ୍‌ରେ Qualcomm Snapdragon 450 ପ୍ରୋସେସର ଦିଆଯାଇଛି। ଏହି ଫୋନ୍‌ ବ୍ଲାକ୍‌, ଗ୍ରୀନ୍‌ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି।

ଫୋନ୍‌ରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ f/୧.୮ ଲେନ୍ସ ସହ ୧୩ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଫୋନ୍‌ରେ ୮ ମେଗାପିକ୍ସେଲ ସେକେଣ୍ଡାରୀ ସେନ୍‌ସର ଦିଆଯାଇଛି। ସେଲ୍ଫି ପାଇଁ ଫୋନ୍‌ରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.