କନ୍ଧମାଳ: ଅସ୍ୱାଭାବିକ ଭାବେ ବଢୁଛି ଶିଶୁକନ୍ୟାର ମୁଣ୍ଡ

କନ୍ଧମାଳ: ଅସ୍ୱାଭାବିକ ଭାବେ ବଢୁଛି ଶିଶୁକନ୍ୟାର ମୁଣ୍ଡ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅକିମାହା ଗାଁର ବାବୁ ବଡ଼ସେଠଙ୍କ ୯ମାସର ଶିଶୁକନ୍ୟା ଲିପ୍ସାଙ୍କୁ ନେଇ ଚିନ୍ତାରେ ପରିବାର । ଜନ୍ମ ହେବାର ୧ମାସ ପରେ ଲିପ୍ସାର ମୁଣ୍ଡ ବଢିବାରେ ଲାଗିଛି । ବାବୁ ବଡ଼ସେଠ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଏକ ଦୁର୍ଘଟଣା ପରେ ସେ ରୋଜଗାର ପାଇଁ ଅକ୍ଷମ । ଲିପ୍ସାକୁ କଟକ ନେଇ ଯାଇଥିଲେ । ସେଠାରେ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡୁଥିବାରୁ ବାବୁ ନିରାଶ ହୋଇ ଘରକୁ ଫେରିଛନ୍ତି । ଲିପ୍ସାର ଚିକିତ୍ସା ନେଇ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ବାଲିଗୁଡ଼ା ଉପଜିଲ୍ଲାପାଳ ରାଜେନ୍ଦ୍ର ରଞ୍ଜିତ ଲିପ୍ସାକୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.