Below header

୨୯ ଜାନୁୟାରୀରେ ଭାରତରେ ଲଞ୍ଚ୍‌ କରିବ Samsung Galaxy A51, ଜାଣନ୍ତୁ ଏହାର ସ୍ପେଶାଲ ଫିଚର

୨୯ ଜାନୁୟାରୀ ଅର୍ଥାତ୍‌ ବୁଧବାର Samsung ନିଜର ନୂଆ ସ୍ମାର୍ଟଫୋନ୍‌ Samsung Galaxy A51 ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଗତ ମାସରେ ଭିଏତ୍‌ନାମରେ Galaxy A51 ଏବଂ Galaxy A71କୁ ବଜାରକୁ ଅଣାଯାଇଥିଲା। ଏହି ଦୁଇଟି ନୂଆ Galaxy ଏ ସିରିଜ୍‌ ସ୍ମାର୍ଟଫୋନ୍‌ Infinity-O display ଏବଂ quad rear କ୍ୟାମେରା ସେଟ୍‌ଅପ ସହ ଆସୁଛି। Galaxy A51, Galaxy A50ର ଅପ୍‌ଗ୍ରେଡ୍‌।

sa44

Samsung Galaxy A51 ଲଞ୍ଚିଙ୍ଗ୍‌ର ଅଫିସିଆଲ ଘୋଷଣା ପାଇଁ ସାମ୍‌ସଙ୍ଗ ଇଣ୍ଡିଆ ଟୁଇଟର ଆକାଉଣ୍ଟରେ ୧୦ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରାଯାଇଛି। ଟିଜର ଭିଡିଓରେ କୁହାଯାଇଛି ଯେ ଦୁଇଦିନ ହେବ Galaxy A51 ଲଞ୍ଚ୍‌ ହୋଇସାରିଲାଣି। ଏବେ ଏହାକୁ ଭାରତୀୟ ବଜାରରେ ଶୁଭାରମ୍ଭ କରାଯିବ। ଆଶା କରାଯାଉଛି ଆସନ୍ତା ମାସରେ Galaxy A71 ବଜାରକୁ ଅଣାଯିବ।

ତେବେ କମ୍ପାନୀ ସ୍ମାର୍ଟଫୋନ୍‌ର ଦାମ୍‌ ବିଷୟରେ କୌଣସି ଘୋଷଣା କରିନାହିଁ। କିନ୍ତୁ କିଛି ରିପୋର୍ଟ ମୁତାବକ, ଏହାର ଦାମ୍‌ ପାଖାପାଖି ୨୨,୯୯୦ ଟଙ୍କା ପଯ୍ୟର୍ନ୍ତ ଯାଇପାରେ। ଏହି ସ୍ମାର୍ଟଫୋନ୍‌ ପ୍ରିଜମ୍‌ କ୍ରଶ ବ୍ଲାକ୍‌, ହ୍ଵାଇଟ୍‌, ବ୍ଲୁ ଏବଂ ପିଙ୍କ୍‌ କଲର୍‌ ଅପ୍‌ଶନରେ ଆସିବ।

saa5

Samsung Galaxy A51 ସ୍ମାର୍ଟଫୋନ୍‌ Android 10 ବେସ୍‌ଡ One UI 2.0 ଉପରେ ଚାଲିଥାଏ। ଏଥିରେ ୬.୫ ଇଞ୍ଚ full-HD + (1080×2400 pixels) Super AMOLED Infinity-O display ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏହାର ରିୟରରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ ମହଜୁଦ୍‌ ଅଛି। ଏହାର ପ୍ରାଇମେରୀ କ୍ୟାମେରା 48MP ଏବଂ ଏଥିରେ 12MP+5MP+5MPର ଆଉ ବି କ୍ୟାମେରା ଦିଆଯାଇଛି। ସେଲ୍ଫି ପାଇଁ 32MP କ୍ୟାମେରା ଆପଣ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.