ଧୋନିଙ୍କୁ ଷ୍ଟେଜକୁ ଡାକିଲେ ସିଙ୍ଗର ଅରମାନ ମଲ୍ଲିକ, ପ୍ରଥମେ ଆସିଲେନି କିନ୍ତୁ ପରେ ସାକ୍ଷୀଙ୍କ ସହିତ ହେଲେ ରୋମାଣ୍ଟିକ୍‌

କ୍ରିକେଟ ଜଗତରୁ ଦୂରରେ ଥିବା ଏମଏସ ଧୋନି ଏବେ ନିଜ ପରିବାରଙ୍କ ସହିତ ସମୟ ଅତିବାହିତ କରୁଛନ୍ତି। ଏଥର ଏକ ଇଭେଣ୍ଟରେ ସେ ସାକ୍ଷୀଙ୍କ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସିଙ୍ଗର ଅରମାନ ମଲିକ ଧୋନୀ ଏବଂ ସାକ୍ଷୀଙ୍କ ପାଇଁ ଏକ ସଙ୍ଗ୍‌ ଡେଡିକେଟ୍‌ କଲେ। ସେ ଧୋନିଙ୍କ ପାଇଁ ଏକ ବହୁତ ସୁନ୍ଦର ଗୀତ ‘କୌନ ତୁଝେ ୟୁଁ ପ୍ୟାର କରେଗା’ ଗୀତ ଗାଇଲେ।


ଅରମାନ୍‌ ମଲିକ୍‌ ଧୋନୀଙ୍କୁ ଷ୍ଟେଜ୍‌ ଉପରକୁ ଡକାଇଲେ, ତାଙ୍କୁ ଷ୍ଟେଜ୍‌ ଉପରକୁ ଡାକୁଥିବାର ଦେଖି ଧୋନୀ ଦୌଡି ପଳାଇଲେ। ଏହାପରେ ଅରମାନ ତାଙ୍କୁ କଥା ଦେଲେ ଯେ ସେ ତାଙ୍କୁ ଡ୍ୟାନ୍ସ କରାଇବାକୁ ଦେବେନାହିଁ। ଯାହାପରେ ଧୋନି ତାଙ୍କ ସ୍ତ୍ରୀଙ୍କ ସହିତ ଷ୍ଟେଜ୍‌ ଉପରକୁ ଗଲେ। ଷ୍ଟେଜ୍‌ ଉପରକୁ ଯାଇ ଦୁହେଁ ଗୀତକୁ ଖୁବ୍‌ ଏଞ୍ଜୟ କଲେ। ଯିବାବେଳେ ଧୋନୀ ଅରମାନଙ୍କୁ ଆଲିଙ୍ଗନ କରି ଧନ୍ୟବାଦ ଜଣାଇଲେ।

 

View this post on Instagram

 

❤️

A post shared by Sakshi Singh Dhoni (@sakshisingh_r) on


ସାକ୍ଷୀ ଏବଂ ଧୋନି ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଧୋନି ପାଉଟ୍‌ ଦେଉଥିବା ନଜର ଆସିଛନ୍ତି। ଲୋକଙ୍କୁ ତାଙ୍କର ଏହି ଫଟୋ ଖୁବ୍‌ ପସନ୍ଦ ଆସୁଛି। ଏହି ଇଭେଣ୍ଟରେ କପିଲ ଦେବ ମଧ୍ୟ ନିଜ ପରିବାର ସହିତ ପହଁଚିଥିଲେ। ସୋସିଆଲ ମିଡିଆରେ ଏହି ସୁନ୍ଦର ଫଟୋ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.