ଏନଡିଆରଏଫ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

ପୁରୀ(କେନ୍ଯୁଜ୍): ଏନଡିଆରଏଫ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ । ଏନଡିଆରଏଫର ୨ଶହ ଯବାନ ଓ ଅଧିକାରୀ ଏଥିରେ ଭାଗ ନେଇଥିଲେ । ବେଳାଭୂମିରେ ସ୍ୱର୍ଗଦ୍ୱାରଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ସଫେଇ କରାଯାଇଥିଲା । ଏନଡିଆରଏଫ ସହ ସ୍କୁଲ ଛାତ୍ରଛାତ୍ରୀ ଓ ଅନେକ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୧୧ ତାରିଖରୁ ରାମଚଣ୍ଡୀ ସମୁଦ୍ରକୂଳରେ ବିମଷ୍ଟେକ ରାଷ୍ଟ୍ର ସମୂହର ୩ ଦିନିଆ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ ଅନୁଷ୍ଠିତ ହେବ । ବିଶେଷକରି ଐତିହ୍ୟସ୍ଥଳୀ ଗୁଡ଼ିକରେ କିପରି ବିପର୍ଯ୍ୟୟ ମୁକାବିଲା କରାଯିବ ସେନେଇ ପ୍ରସ୍ତୁତି କରାଯିବ । ଏହି ୩ ଦିନିଆ ମକଡ୍ରିଲ ଅବ୍ୟବହିତ ପୂର୍ବରୁ ପୁରୀରେ ଏନଡିଆରଏଫ ପକ୍ଷରୁ ଜାରି ରହିଛି ଅନେକ କାର୍ଯ୍ୟକ୍ରମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.