Below header

ସାରା ଅଲ୍ଲୀ ଖାନ୍‌ଙ୍କ ‘ତେଲ ମାଲିସ’ ଭିଡିଓ ଭାଇରାଲ, ଦେଖନ୍ତୁ ପୂର୍ବରୁ କେତେ ମୋଟୀ ଥିଲେ ଏହି ହିରୋଇନ୍‌

ସୈଫ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ଏବେ ନିଜ ଫିଲ୍ମ ‘ଲଭ ଆଜକଲ’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଥିସହ ସେ ସୋସିଆଲ ମିଡିଆରେ ବି ସବୁବେଳେ ଫଟୋ ଓ ଭିଡିଓ ସେୟାର କରି ଅପ୍‌ଡେଟ୍‌ ଦେଉଛନ୍ତି। ତେବେ ବର୍ତ୍ତମାନ ସାରାଙ୍କର ଏକ ମଜାଳିଆ ଭିଡିଓ ‘ତେଲ ମାଲିସ’ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଖୁବ୍‌ ପୁରୁଣା କାରଣ ସାରା ଏଥିରେ ବହୁତ ମୋଟୀ ଲାଗୁଛନ୍ତି। ଭିଡିଓଟି ଏକ ବିମାନରେ ସୁଟିଂ କରାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ସାରା ଅଲ୍ଲୀ ଖାନ୍‌ ବିମାନରେ ଯାତ୍ରା କରୁଥିବା ବେଳେ ବ୍ୟାକ୍‌ଗ୍ରାଉଣ୍ଡରେ ସର ଯୋ ତେରା ଚକ୍‌ରାଏ ଗୀତ ବାଜୁଛି। ଏହି ଭିଡିଓରେ ସାରା ବ୍ଲାକ୍‌ କଲରର ଫ୍ରେମ୍‌ ଥିବା ଚଷମା ସହ ଚୁଡ଼ିଦାର ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ଫ୍ଲାଇଟ୍‌ରେ ସାଙ୍ଗମାନଙ୍କ ସହ କୁଆଡ଼େ ଯାଉଛନ୍ତି। ଭିଡିଓକୁ ସେୟାର କରି ସାରା କ୍ୟାପସନ୍‌ରେ ଲେଖିଛନ୍ତି ସାରାଙ୍କ ସାରା ସାରା।

Image result for sara ali khan

ତେବେ କାମ କଥା କହିବାକୁ ଗଲେ ସାରା ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଲଭ ଆଜକଲ’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି, ଯାହାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏଣୁ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହେବ ବୋଲି ଆଶା କରାଯାଉଛି। ଫେବ୍ରୁଆରୀ ୧୪ ତାରିଖ ବା ଭାଲେଣ୍ଟାଇନ୍‌ ଡେରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.