ମୃତ ଭାବି ଘର ଲୋକ କରିଥିଲେ ଶବ ସତ୍କାର, ୪ ମାସ ପରେ ଜିଇଁ ଉଠିଲେ ବ୍ୟକ୍ତି

ଆପଣ କଣ କେବେ ଶୁଣିଛନ୍ତି କୌଣସି ବ୍ୟକ୍ତି ଜୀବିତ ଥିବା ଅବସ୍ଥାରେ ତାଙ୍କୁ ଶବ ଭାବି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି । ହୁଏତ ଏମିତି ଘଟଣା ବିଷୟରେ ଆପଣ କେବେ ବି ଶୁଣି ନଥିବେ କି ଜାଣି ବି ନଥିବେ । କିନ୍ତୁ ସୁଦୂର ସ୍କଟଲ୍ୟାଣ୍ଡରେ ଏକ ସମାନ ଧରଣର ଘଟଣା ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣଙ୍କ ଆଶ୍ଚର‌୍ୟ୍ୟର ସୀମା ରହିବ ନାହିଁ । ପ୍ରକୃତରେ ଏଠାରେ ୭୫ ବର୍ଷୀୟ ଏଲନ ହେଟେଲ ବସବାସ କରନ୍ତି । ଏହି ବ୍ୟକ୍ତି ଜଣକ ବଂଚିଥିବା ଅବସ୍ଥାରେ ହିଁ ନିଜ କବର ଦେଖିଛନ୍ତି । ପ୍ରକୃତରେ ଏଲନ ବିଗତ ୪ ମାସ ଧରି କାହାର ସମ୍ପର୍କରେ ନଥିଲେ । ନା ଫୋନରେ ବି କାହା ସହିତ ସମ୍ପର୍କ ରଖିଥିଲେ ।

old man

ଏହି ୪ ମାସ ଭିତରେ ତାଙ୍କ ସହ ଦେଖା କରିବାକୁ କୌଣସି ସମ୍ପର୍କୀୟ ଚେଷ୍ଟା କରି ନଥିଲେ । ଏସବୁରୁ ବ୍ୟତିବ୍ୟସ୍ତ ହୋଇ ଯେବେ ସେ ଜାଣିବାକୁ ଚେଷ୍ଟା କରିଥିଲେ ପ୍ରକୃତରେ କେଉଁ କାରଣ ଯୋଗୁଁ କେହି ତାଙ୍କ ସହ ସମ୍ପର୍କ ସ୍ଥାପନ କରିନାହାନ୍ତି । ଏହା ପଛର ଘଟଣା ଜାଣି ସେ ନିଜେ ହତବାକ ହୋଇ ଯାଇଥିଲେ । ସେତେବେଳକୁ ତାଙ୍କ ଘର ଲୋକ ତାଙ୍କୁ ମୃତ ଘୋଷଣା କରି ତାଙ୍କ ନାଁରେ ଏକ କବର ବନେଇ ସାରିଥିଲେ । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ ଯେବେ ଏଲନ ସେହି କବର ସ୍ଥାନ ପାଖରେ ପହଂଚିଥିଲେ, ସେ ଦୃଶ୍ୟ ଦେଖି ନିଜେ ବି ବିସ୍ମିତ ହୋଇ ଯାଇଥିଲେ । କବର ଉପରେ ତାଙ୍କ ନାଁ ଲେଖାଯିବା ସହ ତାଙ୍କ ପୂର୍ବ ପତ୍ନୀଙ୍କ ନାଁ ମଧ୍ୟ ଉଲ୍ଳେଖ କରାଯାଇଥିଲା ।

old man

ନିଜ ପ୍ରତିକ୍ରିୟାରେ ଏଲନ କହିଥିଲେ କି ୨୬ ବର୍ଷ ତଳେ ପତ୍ନୀଙ୍କ ସହ ତାଙ୍କର ବିଚ୍ଛେଦ ହୋଇସାରିଥିଲା । କିନ୍ତୁ ସେବେବି ତାଙ୍କର ପତ୍ନୀଙ୍କର ଇଛା ଥିଲା ମୃତ୍ୟୁ ପରେ ସେ ଦୁହିଁଙ୍କ କବର ଗୋଟିଏ ସ୍ଥାନରେ ଖୋଳା ଯାଉ ବୋଲି । ସତ କଥା ଜାଣିବା ପରେ ଏଲନଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା । ସମ୍ପୂର୍ଣ ରୂପେ ସୁସ୍ଥ ଥିବା ସତ୍ତ୍ୱେ ଘର ଲୋକ ତାଙ୍କୁ ମୃତ ବୋଲି ଧରି ନେଇଥିଲେ । ଖାଲି ସେତିକି ନୁହେଁ ତାଙ୍କ କବର ପାଇଁ ଜମି ବି ସ୍ୱତନ୍ତ୍ର ଭାବେ କିଣା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.