Below header

ଅନୁଷ୍କାଙ୍କଠାରୁ ୧୦ ଗୁଣା ଅଧିକ ରୋଜଗାର କରୁଛନ୍ତି ବିରାଟ କୋହଲି! ରିପୋର୍ଟରେ ହେଲା ଖୁଲାସା

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କେବଳ ଭାରତରେ ନୁହେଁ, ବରଂ ବିଶ୍ୱର ସବୁଠାରୁ ନାମୀଦାମୀ ଯୋଡ଼ିଙ୍କ ମଧ୍ୟରୁ ଜଣେ। ଏହି ଦୁଇଜଣଙ୍କ ରୋଜଗାରକୁ ନେଇ ଏବେ ଏକ ରିପୋର୍ଟରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଗତବର୍ଷ ବିରାଟ ୨୫୨.୭୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କ ରୋଜଗାର ୨୮.୬୭ କୋଟି ଟଙ୍କା ରହିଥିଲା।

au4

ରିପୋର୍ଟରେ ଦର୍ଶାଯାଇଛି ଯେ ଏବେ ବିରାଟଙ୍କର ମୋଟ ୯୦୦ କୋଟିର ସମ୍ପତ୍ତି ହୋଇଯାଇଛି। ସେଠି ଅନୁଷ୍କାଙ୍କ ମୋଟ ସମ୍ପତ୍ତି ୩୫୦ କୋଟି ପହଞ୍ଚିଯାଇଛି। ଯଦି ଦୁଇଜଣଙ୍କ ମୋଟ ସମ୍ପତ୍ତିକୁ ମିଶାଯିବ, ତା’ହେଲେ ଦୁଇଜଣଙ୍କ ରୋଜଗାର ୧୨୦୦ କୋଟିରୁ ଅଧିକ ହୋଇଯାଉଛି।

ଆଇପିଏଲ୍‌ରେ ବିରାଟଙ୍କୁ ତାଙ୍କ ଟିମ୍‌ ଆର୍‌ସିବି ୧୭ କୋଟି ଟଙ୍କା ଦେଉଥିବା ବେଳେ ସେପଟେ ବିସିସିଆଇ ତରଫରୁ ବାର୍ଷିକ ୭ କୋଟି ଟଙ୍କା ମିଳୁଛି। ବିରାଟଙ୍କ ରୋଜଗାରର ସବୁଠାରୁ ବଡ଼ ମାଧ୍ୟମ ସାଜିଛି brand endorsement। ବର୍ତ୍ତମାନ ସମୟରେ ବିରାଟ ୧୭ଟି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି, ଯେଉଁଥିରେ ମିଂତ୍ରା, ଉବର, ଅଡି, ଏମ୍‌ଆର୍‌ଏଫ୍‌, ମାନ୍ୟବର, ଟିଜ୍ଜୋଟ, ଓ୍ଵାନ୍‌୮, ପୁମା ଭଳି ବ୍ରାଣ୍ଡ ସାମିଲ ଅଛି। ଏହାବ୍ୟତୀତ ବିରାଟ ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ଚଲାଉଛନ୍ତି।

au7

ସେହିଭଳି ଅନୁଷ୍କାଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ଫିଲ୍ମ। ଗୋଟିଏ ଫିଲ୍ମ ପାଇଁ ସେ ୧୨ରୁ ୧୫ କୋଟି ଟଙ୍କା ଫିସ୍‌ ନେଇଥାଆନ୍ତି। ତାଙ୍କର ନିଜର ପ୍ରଡକ୍ସନ ହାଉସ୍‌ ମଧ୍ୟ ଅଛି, ଏଥିରେ ସେ ଫିଲ୍ମ ପ୍ରଯୋଜନା କରୁଛନ୍ତି। ଅନୁଷ୍କା ବି କିଛି ବ୍ରାଣ୍ଡ ସହିତ ଜଡ଼ିତ ରହିଛନ୍ତି ଏବଂ ଏହି ବିଜ୍ଞାପନରୁ ମୋଟା ଅଙ୍କର ରୋଜଗାର କରିଥାଆନ୍ତି। ଅନୁଷ୍କା ମାନ୍ୟବର, ମିଂତ୍ରା, ଶ୍ୟାମ ଷ୍ଟିଲ, କକ୍ସ ଆଣ୍ଡ କିଙ୍ଗ୍‌ସ, ନିବିୟା, ପେଣ୍ଟିନ୍‌, ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ, ଗୁଗଲ ପିକ୍ସ, ଏଲି-୧୮ ଭଳି ବ୍ରାଣ୍ଡ ପାଇଁ ବିଜ୍ଞାପନ କରୁଛନ୍ତି।

au8

ଏହି ଦୁଇଜଣଙ୍କୁ ଫୋବର୍ସ ୨୦୧୯ର ସବୁଠାରୁ ଧନୀ ସେଲିବ୍ରିଟି ତାଲିକାରେ ଶୀର୍ଷ ଜାଗା ମିଳିଥିଲା। ଏଥିରେ ବିରାଟ ତାଲିକାର ପ୍ରଥମ ସ୍ଥାନ କବ୍‌ଜା କରିଥିବା ବେଳେ ଅନୁଷ୍କା ୨୧ତମ ସ୍ଥାନରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.