Below header

ଭାରତରେ ଲଞ୍ଚ ହେଲା Samsung Galaxy A70s ସ୍ମାର୍ଟଫୋନ୍‌, 64MP କ୍ୟାମେରା ସହିତ ମିଳିବ ସ୍ନାପଡ୍ରାଗନ୍‌ ପ୍ରୋସେସର

ସାମସଙ୍ଗ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Galaxy A70s ଲଞ୍ଚ କରିଛି ସାମସଙ୍ଗ Galaxy A70s ରେ କମ୍ପାନୀ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଦେଇଛି । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ, ସାମସଙ୍ଗର ଏହା ପ୍ରଥମ ଫୋନ୍‌ ଯେଉଁଥିରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ରହିଛି । ଏହି ଫୋନ୍‌ ରେ ତିନୋଟି ରିୟର କ୍ୟାମେରା ରହିଛି ଯେଉଁଥିରେ ମୁଖ୍ୟ କ୍ୟାମେରା ୬୪ ମେଗାପିକ୍ସେଲ୍‌ ରହିଛି । ଏହି ଫୋନରେ କ୍ୱାଲକମ୍ସ ସ୍ନାପଡ୍ରାଗନ୍‌ ୬୭୫ ପ୍ରୋସେସର ରହିଛି ।

Samsung Galaxy A70sର ମୂଲ୍ୟ ଏବଂ ଅଫର :

SamsungGalaxy-A70ଏହି ଫୋନଟିରେ ୬ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ୍‌ ବ୍ୟାରିୟଂଟର ମୂଲ୍ୟ ୨୮,୯୯୯ ଟଙ୍କା ଏବଂ ୮ ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ୍‌ ବ୍ୟାରିୟଣ୍ଟ ର ମୂଲ୍ୟ ୩୦,୯୯୯ଟଙ୍କା ରହିଛି । ଫୋନ୍‌ ର ବିକ୍ରି ୨୮ ସେପ୍ଟେମ୍ବରରୁ ଦେଶ ସାରା ଆରମ୍ଭ ହୋଇଛି । ଏହା ସହିତ ଜିଓ ଏବଂ ଏୟାରଟେଲ୍‌ ପକ୍ଷରୁ ଡବଲ ଡାଟା ଏବଂ ଭୋଡାଫୋନ୍‌ ର ପକ୍ଷରୁ କ୍ୟାସବ୍ୟାକ୍‌ ଅଫର ମଧ୍ୟ ମିଳୁଛି ।

Samsung Galaxy A70sର ସ୍ପେସିଫିକେସନ:

ଏହି Samsung Galaxy A70s ଫୋନରେ ଆଣ୍ଡ୍ରୋଏଡ୍‌ ପାଇ ୯.୦ ଆଧାରିତ One UI ରହିଛି । ଏହି ଫୋନରେ ୬.୭ ଇଞ୍ଚ ଫୁଲ୍‌ ଏଚଡି ପ୍ଳସ୍‌ ସୁପର ଆମୋଲେଟ୍‌ ଡିସପ୍ଳେ ରହିଛି । ଯାହାର ରିଜୋଲେସନ୍‌ 1080×2400 ପିକ୍ସେଲ୍‌ ରହିଛି । ଏଥିରେ କ୍ୱାଲକମ୍‌ ର ସ୍ନାପଡ୍ରାଜନ୍‌ ୬୭୫ ପ୍ରୋସେସର ରହିଛି ।

ଏହାସହ ପଢନ୍ତୁ:

ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବାକୁ ପଡିବ ପାନ୍‌ କାର୍ଡ-ଆଧାର ଲିଙ୍କ୍

Samsung Galaxy A70sର କ୍ୟାମେରା :

samsong phoneଏହି ଫୋନରେ ଟ୍ରିପଲ୍‌ ରିୟର କ୍ୟାମେରା ସେଟଅପ୍‌ ରହିଛି ଯେଉଁଥିରେ ଗୋଟେ କ୍ୟାମେରା ୬୪ ମେଗାପିକ୍ସେଲ୍‌ର f/1.8 ଅପର୍ଚର । ଆଉ ଏକ କ୍ୟାମେରା ୮ମେଗାପିକ୍ସେଲ୍‌ ର ଅଲଟ୍ରା ଓ୍ଵାଇଡ୍‌ ଏଙ୍ଗଲ୍‌ ଏବଂ ୩ୟ କ୍ୟାମେରାଟି ୫ ମେଗାପିକ୍ସେଲ୍‌ ର ଅଟେ । ଅନ୍ୟପଟେ ସାମ୍ନା କ୍ୟାମେରାଟି ୩୨ ମେଗାପିକ୍ସେଲ୍‌ ଯାହାର ଅପର୍ଚର f/2.0 ।

Samsung Galaxy A70sର ବ୍ୟାଟେରୀ:

ଏହି ଫୋନରେ 4500mAh ବ୍ୟାଟେରୀ ରହିଛି ଯାହା 25W ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରିଥାଏ । ଫୋନରେ ଫ୍ରଣ୍ଟ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି । ଏହାବ୍ୟତିତ ଏଥିରେ ଡୁଆଲ୍‌ ସିମ୍‌,ଓ୍ଵାଇ-ଫାଇ,ବ୍ଳୁଟୁଥ୍‌ ଏବଂ ୩.୫ ଏମଏମ୍‌ ର ହେଡଫୋନ୍‌ ଜାକ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.