୧୦୦୯୦ mAh ବ୍ୟାଟେରୀ ସହିତ ଲଞ୍ଚ୍ ହେଲା ସାମସଙ୍ଗର ନୂଆ ଟାବଲେଟ୍

ଫେଷ୍ଟିଭାଲ୍ ସିଜନକୁ ନଜରରେ ରଖି ସାମସଙ୍ଗ ନିଜ ଆଣ୍ଡ୍ରଏଡ୍ ଟାବଲେଟ୍ ଗ୍ୟାଲେକ୍ସି ଟ୍ୟାବ୍ ଏସ୍ ୭ ଏଫଇର ନୂଆ ଭେରିଏଣ୍ଟ ଗ୍ୟାଲେକ୍ସି ଟ୍ୟାବ୍ ଏସ୍ ୭ ଏଫଇ ୱାଇଫାଇ ଲଞ୍ଚ୍ କରିଛି । ଆସନ୍ତୁ ଜାଣିବା ଏହାର ଦାମ୍ ଓ ଫିଚର୍ସ ସମ୍ପର୍କରେ ।

ଏଥିରେ ୧୨.୪ ଇଞ୍ଚର WQVGA ଡିସପ୍ଲେ ଦିଆଯାଇଛି । ଏହା ଆଣ୍ଡ୍ରଏଡ୍ ଭର୍ସନ ୧୧ରେ କାମ କରେ । ଏଥିରେ ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ ୭୫୦ଜି ପ୍ରୋସେସର ରହିଛି । ଏଥିରେ ୪ ଜିବି ରାମ ଏବଂ ୬୪ ଜିବି ଇଣ୍ଟରନାଲ୍ ଷ୍ଟୋରେଜ ଦିଆଯାଇଛି । ମାଇକ୍ରୋଏସଡି କାର୍ଡ ଜରିଆରେ ଏହାକୁ ୧ ଟିବି ପର୍ଯ୍ୟନ୍ତ ବଢାଇହେବ ।

ଏଥିରେ ୮ ଏମପିର ରିୟର କ୍ୟାମେରା ଏବଂ ସେଲ୍ଫି ପାଇଁ ୫ ଏମପି କ୍ୟାମେରା ଦିଆଯାଇଛି । ଏଥିରେ ୧୦,୦୯୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ଯାହା ଦମଦାର ବ୍ୟକଅପ୍ ଦେବ । କେବଳ ଏତିକି ନୁହେଁ, ଏହି ଟାବଲେଟ୍ ୪୫ଡବ୍ଲୁ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । କମ୍ପାନୀ ଏହାର ଦାମ୍ ୪୧,୯୯୯ ଟଙ୍କା ରଖିଛି । କମ୍ପାନୀ ଏହାକୁ ମିଷ୍ଟିକ୍ ପିଙ୍କ୍, ମିଷ୍ଟିକ୍ ବ୍ଲାକ୍, ମିଷ୍ଟିକ୍ ସିଲଭର ଓ ମିଷ୍ଟିକ୍ ଗ୍ରୀନ୍ କଲରରେ ଉପଲବ୍ଧ କରିଛି । ଏହାକୁ ଇ-କମର୍ସ ସାଇଟ୍ ଆମାଜନରୁ ଗ୍ରାହକ କିଣିପାରିବେ । ଖାଲି ସେତିକି ନୁହେଁ, ଏଚଡିଏଫସି କ୍ରେଡିଟ୍ କାର୍ଡରୁ ପେମେଣ୍ଟ କଲେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ କ୍ୟାଶବ୍ୟାକ୍ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.