ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ, ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା

ଭୁବନେଶ୍ବର(କେନ୍ଯୁଜ୍): ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ ଅଭିଷେକ ସବୁଦିନ ପାଇଁ ଆଖି ବୁଜିଥିଲେ ।

ସୂଚନାଯୋଗ୍ୟ,  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଉମାନ୍‌ରେ ସିଭିଲ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। । ବାପା-ମାଆଙ୍କର ଏକମାତ୍ର ପୁଅ ଥିଲେ ଅଭିଷେକ। ନିଜ ବାହାଘର ପାଇଁ ସେ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ। ମେ’ ୫ ତାରିଖରେ ତାଙ୍କର   ବିବାହ ହୋଇଥିଲା । ହେଲେ ଭାଗ୍ଯର ବିହମ୍ବନା ବିବାହା ମାତ୍ର ୮ ଦିନ ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ । ପରେ ତାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

abhishekh

ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ୨୩ ଦିନ ଆଇସିୟୁରେ ଚିକିତ୍ସିତ  ହେବା ପରେ ବି ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ଇକମୋ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ କହିଥିଲେ ଡାକ୍ତର।

ମାତ୍ର  ଇକମୋ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା ବାଧକ । ଏନେଇ ପତ୍ନୀ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ । ଅଭିଷେକଙ୍କ ପାଇଁ ସୋସିଆଲ ମିଡିଆରେ ସେଭ୍ ଅଭିଷେକ କ୍ୟାମ୍ପେନିଂ କରାଯାଉଥିବା ବେଳେ ବିଭିନ୍ନ ଆଡ଼ୁ ମଧ୍ୟ ସହାୟତାର ସୁଅ ଛୁଟିଥିଲା।  ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା।  ଏୟାରଲିଫ୍ଟିଂ ପାଇଁ ଦରକାର ଥିଲା ପ୍ରାୟ ୩୦ଲକ୍ଷ ଟଙ୍କା । ଏହାପରେ ଜୁନ୍‌ ୯ ତାରିଖରେ ଏୟାରଲିଫ୍ଟ କରାଯାଇ ତାଙ୍କୁ କୋଲକତା ନିଆଯାଇଥିଲା। ସେଠାରେ ପ୍ରାୟ ୩ ମାସ ଧରି ସେ ଚିକିତ୍ସିତ ହେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.