ତାଲିବାନ ମନ୍ତ୍ରୀ ପରିଷଦର ଘୋଷଣା ଆଜି: ସରକାରର ନେତୃତ୍ବ ନେବେ ମୁଲ୍ଲା ବରାଦର

କାବୁଲ : ଆଜି ତାଲିବାନ ସରକାରର ନୂଆ କ୍ୟାବିନେଟ ସମ୍ପର୍କରେ ଘୋଷଣା କରାଯିବ । ତାଲିବାନ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନୀ ବରାଦର ସରକାରର ମୁଖ୍ୟ ହେବେ । ବରାଦର ହୋଇପାରନ୍ତି ରାଷ୍ଟ୍ରପତି । ବରାଦରଙ୍କ ସହଯୋଗୀ ରହିବେ ମହମ୍ମଦ ୟାକୁବ୍‌ ଓ ସେର ମହମ୍ମଦ ଆବ୍ଦାସ ଷ୍ଟାନେକ୍‌ଜାଇ । ମହମ୍ମଦ ୟାକୁବ୍‌ ହେଉଛନ୍ତି ତାଲିବାନ ସହପ୍ରତିଷ୍ଠାତା ସ୍ୱର୍ଗତ ମୁଲ୍ଲା ଓମାରଙ୍କ ପୁଅ । ତାଲିବାନର ସର୍ବୋଚ୍ଚ ଧାର୍ମିକ ନେତା ଅଖୁନ୍ଦଜାଦା ଧାର୍ମିକ ପ୍ରସଙ୍ଗ ଓ ଶାସନ ବିଧି ଉପରେ ନଜର ରଖିବେ ।

ସୂଚନା ମୁତାବକ, ବର୍ତ୍ତମାନ ପାଇଁ ନୂଆ ସରକାରରେ କେବଳ ତାଲିବାନ ସଦସ୍ୟଙ୍କୁ ସାମିଲ କରାଯାଇଛି । ଗଠନ ହୋଇଛି ୨୫ ଜଣିଆ ମନ୍ତ୍ରୀ ପରିଷଦ ଓ ୧୨ ଜଣିଆ ପରାମର୍ଶଦାତା ପରିଷଦ । ସେହିଭଳି ନୂଆ ସରକାରରେ ମହିଳାଙ୍କ ପ୍ରତିନିଧିତ୍ୱ ରହିବ ନା ନାହିଁ ? ମହିଳାଙ୍କ ଅଧିକାରକୁ କିଭଳି ବିବେଚନା କରୁଛି ତାଲିବାନ୍‌ ? ଏହା ଉପରେ ପୂରା ବିଶ୍ୱର ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.